ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍ସିପି) ଆଉ ତା’ର ପ୍ରତିଷ୍ଠାତା ଶରଦ ପୱାରଙ୍କ ହୋଇ ରହି ପାରିଲାନି । ନିର୍ବାଚନ ଆୟୋଗ ବହୁ ଭାବିଚିନ୍ତି ଶରଦ ପୱାରଙ୍କ ହାତରୁ ଏନ୍ସିପିକୁ ନେଇ ଅଜିତ ପୱାରଙ୍କ ହାତରେ ଧରାଇ ଦେଇଛନ୍ତି ।
ଏବେ ଶରଦ ପୱାରଙ୍କ ନବଗଠିତ ପାର୍ଟିର ନାମ ‘ଏନ୍ସିପି ଶରତ ଚନ୍ଦ୍ର ପୱାର’ ରଖାଯାଇଛି । ନୂଆ ଦଳର ନିର୍ବାଚନ ଚିହ୍ନ ରହିଛି ଚା କପ୍ । ନୂଆଦଳକୁ ପ୍ରତିଷ୍ଠା କରିବା ପାଇଁ ଶରଦ ପୱାରଙ୍କୁ ପୁଣି ଯୁବକ ହେବାକୁ ପଡ଼ିବ ।