କଂଗ୍ରେସରୁ ଇସ୍ତଫା ଦେଲେ ଜିଲ୍ଲା ସଭାପତି

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ଦଳ ଛାଡିବା ଏବଂ ଅନ୍ୟ ଦଳରେ ଯୋଗ ଦେବା କିଛି ନୂଆ କଥା ନୁହେଁ । ନର୍ବାଚନୀ ବେଳେ ଦଳ ଅଦଳବଦଳ ଓ ଦଳ ଡିଆଁ ସାଧାରଣ କଥା । ଦଳ ଛାଡିଥିବା ବ୍ୟକ୍ତି ନୂଆ ଦଳ ଯିବାକୁ ନେଇ ଯେତିକି ଉତ୍ସାହିତ ଥାଏ , ଯେଉଁ ଦଳ ସେ ଛାଡି ସେହି ଦଳକୁ ସେତିକି ବଡ ଝଟକା ଲାଗେ । ଏବେ ସେମିତି ଏକ ଝଟକା ଲାଗିଛି କଂଗ୍ରେସ ଦଳକୁ  .ଝାରସୁଗୁଡା ଉପନିର୍ବାଚନର କିଛି ଦିନ ପୂର୍ବରୁ କଂଗ୍ରେସ ଜିଲ୍ଲା ସଭାପତି ପଦରୁ ଅଶୋକ କୁମାର ମିଶ୍ର ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ପିସିସି ସଭାପତିଙ୍କ ନିକଟକୁ ପଠାଇଛନ୍ତି ।