ଭୁବନେଶ୍ୱର: ଏପ୍ରିଲ ୯ ତାରିଖରୁ ଆରମ୍ଭ ହୋଇଛି ଚୈତ୍ର ନବରାତ୍ରୀ ପୂଜାର୍ଚ୍ଚନା । ଏପ୍ରିଲ ୧୭ ତାରିଖରେ ନବମୀ ତିଥି । ମା’ ଦୁର୍ଗାଙ୍କ ନବଦିନାତ୍ମକ ପୂଜାର୍ଚ୍ଚନା ଭିତରେ ପ୍ରତିଦିନ ମା’ଙ୍କୁ ଭିନ୍ନ ଭିନ୍ନ ନାମରେ ଆରାଧନା କରାଯିବ । ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କ ପୂଜା ସଂପାଦିତ ହୋଇଛି । ହିମାଳୟ ରାଜାଙ୍କ ପୁତ୍ରୀ ମା’ ଶୈଳପୁତ୍ରୀ । ଦେବ ଦେବ ମହାଦେବଙ୍କୁ ପତି ରୂପେ ପାଇବା ପାଇଁ ମା’ଙ୍କୁ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡ଼ିଥିଲା ।
ମା’ଙ୍କର ଶୈଳପୁତ୍ରୀ ଅବତାରକୁ ନିଷ୍ଠାର ସହିତ ପୂଜାର୍ଚ୍ଚନା କଲେ, ମଣିଷର ମାନସିକ ସ୍ଥିତିକୁ ଦୃଢ଼ କରିଥାଏ ।
ମଣିଷର ଦୁର୍ବଳ ମାନସିକ ସ୍ଥିତି ମଣିଷକୁ ସୁଦୃଢ଼ ରହିବା କାରଣରୁ ମଣିଷକୁ ଅବିବାହିତା ଯୁବତୀଙ୍କୁ ମନଲାଖି ସ୍ୱାମୀ ପ୍ରାପ୍ତି ହୁଏ ।
ମଣିଷର ମସ୍ତିଷ୍କ ନିୟନ୍ତ୍ରଣ ଭିତରେ ନଥିଲେ, ବ୍ୟକ୍ତିଗତ ଜୀବନରେ ନାନା ସମସ୍ୟା ଉପୁଜିଥାଏ । ମା’ଶୈଳପୁତ୍ରୀଙ୍କୁ ଦେଶୀ ଘିଅରେ ତିଆରି ହାଲୁଆ ଓ ଫଳ ଅର୍ପଣ କରାଯାଏ ।