୮ ଜିଲ୍ଲାକୁ ଖଣ୍ଡ ପ୍ରଳୟ, ବର୍ଷା

ଭୁବନେଶ୍ୱର: ଆଗାମୀ ୨୪ ଘଂଟା ଭିତରେ ରାଜ୍ୟର ୮ଟି ଜିଲ୍ଲାରେ ଖଣ୍ଡପ୍ରଳୟ ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ଓ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟର ଗୋଟିଏ ଅବା ଦୁଇଟି ସ୍ଥାନରେ ଘୂର୍ଣ୍ଣିବାତ୍ୟା ଓ ପ୍ରଚଣ୍ଡ ଘଡ଼ଘଡ଼ି, ବର୍ଷା ହୋଇପାରେ ।

ଆଗାମୀ ତିନିଦିନ ପର୍ଯ୍ୟନ୍ତ ତାପମାତ୍ର କମିବାର ସମ୍ଭାବନା ନାହିଁ । ବରଂ ତାପମାତ୍ରା ବଢ଼ିବ । ସଂପୃକ୍ତ ଜିଲ୍ଲାର ଲୋକମାନଙ୍କୁ ସକାଳ ସାଢେ଼ ୮ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ସାବଧାନ ରହିବାକୁ ପରାମର୍ଶ ଦିଆଯାଉଛି ।