ସଡ଼କ ଦୁର୍ଘଟଣାରେ ନାବାଳିକାଙ୍କ ପ୍ରାଣହାନି, ଚାରିଜଣ ଆହତ

ବୁଧବାର ଦିନ ଜମ୍ମୁ-କଶ୍ମୀରର ବନ୍ଦିପୋରା ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବନ୍ଦିପୋରାର ସାଦେରକୁଟରେ ୫ ଜଣ ଯାତ୍ରୀଙ୍କୁ ବସାଇ ଏକ ଅଟୋ ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲା । ଜଣେ ନାବାଳିକାଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ବନ୍ଦିପୋରା ଡାକ୍ତରଖାନାକୁ ନିଆଯାଇଥିଲା ।

ପରେ ଶ୍ରୀନଗରସ୍ଥିତ ଡାକ୍ତରଖାନାକୁ ନିଆଯାଉଥିବା ବାଟରେ ତାଙ୍କର ପ୍ରାଣବାୟୁ ଚାଲି ଯାଇଥିଲା । ଅନ୍ୟ ଚାରିଜଣ ଆହତ ବନ୍ଦିପୋରା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।