‘ମନ୍ନତ’ ବାଲକୋନୀରୁ ପ୍ରଶଂସକଙ୍କ ଶୁଭକାମନା କଲେ ଶାହରୁଖ, ଭିଡ଼ିଓ

ମୁମ୍ବାଇ: ଇଦ୍‌ ଅବସରରେ ସୁପରଷ୍ଟାର ଶାହରୁଖ ଖାନ ତାଙ୍କ ବାସଭବନ ‘ମନ୍ନତ’ ବାଲକୋନୀରୁ ପ୍ରଶଂସକଙ୍କ ଶୁଭକାମନା କରିଛନ୍ତି । ମନ୍ନତ ସାମ୍ନାରେ ଉପସ୍ଥିତ ଜନସମୁଦ୍ରକୁ ଦେଖିବା ପରେ ଶାହରୁଖଙ୍କ ଲୋକପ୍ରିୟତା ପ୍ରତି ପ୍ରଶ୍ନବାଚୀ ଅନାବଶ୍ୟକ ହୋଇପଡ଼ିଛି ।


ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ହାତ ହଲାଇ ଶାହରୁଖ କହିଛନ୍ତି, ‘ପବିତ୍ର ଇଦ୍‌ ଅବସରରେ ଆଲ୍ଲା ଆପଣଙ୍କୁ ସୁଖଶାନ୍ତିରେ ରଖନ୍ତୁ; ଆପଣଙ୍କୁ ସମୃଦ୍ଧି ଭିତରେ ରଖନ୍ତୁ, ଏତିକି ପ୍ରାର୍ଥନା କରୁଛି ।’

ଶାହରୁଖ ଧଳା ପାଇଜାମାଟିଏ ପିନ୍ଧି ବାଲକୋନୀରେ ଠିଆ ହୋଇଥିଲେ । ନିକଟରେ ତାଙ୍କର ସାନପୁଅ ଅବରାମ୍‌ ଠିଆ ହୋଇଥିଲେ ।