ଶ୍ରୀକୃଷ୍ଣ-ଦ୍ରୌପଦୀଙ୍କ ସମ୍ପର୍କର ଡୋରି ‘ରାକ୍ଷୀ’
ରାକ୍ଷୀ ପୂର୍ଣ୍ଣିମା ଆଜିକାଲିର ପର୍ବ ନୁହେଁ । ମହାଭାରତ ଯୁଗର ବହୁପୂର୍ବରୁ…..
ରାକ୍ଷୀ ପୂର୍ଣ୍ଣିମା ଆଜିକାଲିର ପର୍ବ ନୁହେଁ । ମହାଭାରତ ଯୁଗର ବହୁପୂର୍ବରୁ ପାଳିତ ହୋଇଆସୁଛି । ରକ୍ଷା କରିବାର ବନ୍ଧନ କେବଳ ଭାଇ-ଭଉଣୀ ଭିତରେ ସୀମିତ ନାହିଁ । ପ୍ରଜାମାନେ ରାଜାଙ୍କ ହାତରେ ରାକ୍ଷୀ ବାନ୍ଧି ଧନଜୀବନ ସୁରକ୍ଷା କାମନା କରନ୍ତି । ତା’ ସହିତ ରାଜାଙ୍କର ଦୀର୍ଘ ଜୀବନ ଓ ସୁସ୍ଥ ଶରୀର ପାଇଁ ଇଷ୍ଟଦେବ ଇଷ୍ଟଦେବୀଙ୍କ ନିକଟରେ ପ୍ରାର୍ଥନା କରନ୍ତି । ବ୍ରାହ୍ମଣଟିଏ ତାଙ୍କର ଯଜମାନଙ୍କ ହାତରେ ରାକ୍ଷୀ ବାନ୍ଧି ସୁସ୍ଥ ଓ ଦୀର୍ଘ ଜୀବନ ପାଇଁ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରନ୍ତି । ମହାଭାରତ ଯୁଗରେ ଅଗ୍ନିକନ୍ୟା ଦ୍ରୌପଦୀ ଚକ୍ରଧର କୃଷ୍ଣଙ୍କ ହାତରେ ରାକ୍ଷୀ ବାନ୍ଧି ସମ୍ପର୍କକୁ ଦୃଢ଼ କରିଥିଲେ । ମହାରାଜା ଯୁଧିଷ୍ଠିରଙ୍କ ରାଜସୂୟ ଯଜ୍ଞକୁ ତକ୍ରାଳୀନ ରାଜାମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଯୁଧିଷ୍ଠିରଙ୍କ ଆମନ୍ତ୍ରଣ କ୍ରଢେ଼ ଶିଶୁପାଳ ରାଜସୂୟ ଯଜ୍ଞରେ ଯୋଗଦାନ କରିଥିଲେ । ପିତାମହ ଭୀଷ୍ମଙ୍କ ପରାମର୍ଶ କ୍ରମେ ମହାରାଜା ଯୁଧିଷ୍ଠିର ପ୍ରଭୁ ଶ୍ରୀକୃଷ୍ଣଙ୍କୁ ସର୍ବଶ୍ରେଷ୍ଠ ସମ୍ମାନ ଦେବାକୁ ଉଦ୍ୟତ ହୁଅନ୍ତେ ଶିଶୁପାଳ କ୍ରୋଧରେ ଥରିବାକୁ ଲାଗିଲେ । ଶ୍ରୀକୃଷ୍ଣଙ୍କ ପ୍ରତି କଟୁଭାଷା ପ୍ରୟୋଗ କଲେ । ଏତେବଡ଼ ରାଜସଭାରେ ଶିଶୁପାଳ ତୁଣ୍ଡରୁ ବାହାରୁଥିବା ଗାଳିଗୁଡ଼ାକୁ ଶ୍ରୀକୃଷ୍ଣ ନିରବରେ ଶୁଣୁଥିବାରୁ ପାଣ୍ଡବ ଓ କୌରବ ଆଶ୍ଚର୍ଯ୍ୟଚକିତ ଥିଲେ । ପାଣ୍ଡବଙ୍କ ଆଡ଼କୁ ଅନାଇ ଶ୍ରୀକୃଷ୍ଣ ସାମାନ୍ୟ ହସିଦେଲେ । ସେ ହସର ରହସ୍ୟ କେବଳ ଅର୍ଜୁନଙ୍କୁ ଜଣା । ଶିଶୁପାଳର ଅନେଶୋତଟି ଗାଳି ଶୁଣିବା ପରେ ପ୍ରଭୁ ଶ୍ରୀକୃଷ୍ଣ ‘ଗାଳି ବନ୍ଦ କର’ କହିଲେ । ମାତ୍ର କ୍ରୋଧାନ୍ଧ ଶିଶୁପାଳ ଗାଳି ବନ୍ଦ କଲାନାହିଁ । ସୁଦର୍ଶନ ପଠାଇ ଶିଶୁପାଳର ମୁଣ୍ଡଟି କାଟିଦେଲେ ଶ୍ରୀକୃଷ୍ଣ । ସମ୍ପର୍କରେ ଶିଶୁପାଳ ଶ୍ରୀକୃଷ୍ଣଙ୍କର ମାଉସୀ ପୁଅ ଭାଇ ଥିଲା । ମାଉସୀ ପୁଅକୁ ମାରିଥିବାରୁ ଶ୍ରୀକୃଷ୍ଣ ଆତ୍ମଗ୍ଲାନିରେ ନିଜ ଅଙ୍ଗୁଳିରୁ ଟିକେ ରକ୍ତ ନିଗାଡ଼ିବାକୁ ଉଚିତ ମଣିଲେ । ପ୍ରଭୁଙ୍କ ଆଦେଶ ମାନି ସୁଦର୍ଶନ ଚକ୍ର ଶ୍ରୀକୃଷ୍ଣଙ୍କ ଅଙ୍ଗୁଳିକୁ ସ୍ପର୍ଶ କଲେ । ପ୍ରଭୁଙ୍କ ଅଙ୍ଗୁଳିରୁ ରକ୍ତ ବଶ୍ରୀକୃଷ୍ଣ-ଦ୍ରୌପଦୀଙ୍କ ସମ୍ପର୍କର ଡୋରି ‘ରାକ୍ଷୀ’
ରାକ୍ଷୀ ପୂର୍ଣ୍ଣିମା ଆଜିକାଲିର ପର୍ବ ନୁହେଁ । ମହାଭାରତ ଯୁଗର ବହୁପୂର୍ବରୁ ପାଳିତ ହୋଇଆସୁଛି । ରକ୍ଷା କରିବାର ବନ୍ଧନ କେବଳ ଭାଇ-ଭଉଣୀ ଭିତରେ ସୀମିତ ନାହିଁ । ପ୍ରଜାମାନେ ରାଜାଙ୍କ ହାତରେ ରାକ୍ଷୀ ବାନ୍ଧି ଧନଜୀବନ ସୁରକ୍ଷା କାମନା କରନ୍ତି । ତା’ ସହିତ ରାଜାଙ୍କର ଦୀର୍ଘ ଜୀବନ ଓ ସୁସ୍ଥ ଶରୀର ପାଇଁ ଇଷ୍ଟଦେବ ଇଷ୍ଟଦେବୀଙ୍କ ନିକଟରେ ପ୍ରାର୍ଥନା କରନ୍ତି । ବ୍ରାହ୍ମଣଟିଏ ତାଙ୍କର ଯଜମାନଙ୍କ ହାତରେ ରାକ୍ଷୀ ବାନ୍ଧି ସୁସ୍ଥ ଓ ଦୀର୍ଘ ଜୀବନ ପାଇଁ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରନ୍ତି । ମହାଭାରତ ଯୁଗରେ ଅଗ୍ନିକନ୍ୟା ଦ୍ରୌପଦୀ ଚକ୍ରଧର କୃଷ୍ଣଙ୍କ ହାତରେ ରାକ୍ଷୀ ବାନ୍ଧି ସମ୍ପର୍କକୁ ଦୃଢ଼ କରିଥିଲେ । ମହାରାଜା ଯୁଧିଷ୍ଠିରଙ୍କ ରାଜସୂୟ ଯଜ୍ଞକୁ ତକ୍ରାଳୀନ ରାଜାମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଯୁଧିଷ୍ଠିରଙ୍କ ଆମନ୍ତ୍ରଣ କ୍ରଢେ଼ ଶିଶୁପାଳ ରାଜସୂୟ ଯଜ୍ଞରେ ଯୋଗଦାନ କରିଥିଲେ । ପିତାମହ ଭୀଷ୍ମଙ୍କ ପରାମର୍ଶ କ୍ରମେ ମହାରାଜା ଯୁଧିଷ୍ଠିର ପ୍ରଭୁ ଶ୍ରୀକୃଷ୍ଣଙ୍କୁ ସର୍ବଶ୍ରେଷ୍ଠ ସମ୍ମାନ ଦେବାକୁ ଉଦ୍ୟତ ହୁଅନ୍ତେ ଶିଶୁପାଳ କ୍ରୋଧରେ ଥରିବାକୁ ଲାଗିଲେ । ଶ୍ରୀକୃଷ୍ଣଙ୍କ ପ୍ରତି କଟୁଭାଷା ପ୍ରୟୋଗ କଲେ । ଏତେବଡ଼ ରାଜସଭାରେ ଶିଶୁପାଳ ତୁଣ୍ଡରୁ ବାହାରୁଥିବା ଗାଳିଗୁଡ଼ାକୁ ଶ୍ରୀକୃଷ୍ଣ ନିରବରେ ଶୁଣୁଥିବାରୁ ପାଣ୍ଡବ ଓ କୌରବ ଆଶ୍ଚର୍ଯ୍ୟଚକିତ ଥିଲେ । ପାଣ୍ଡବଙ୍କ ଆଡ଼କୁ ଅନାଇ ଶ୍ରୀକୃଷ୍ଣ ସାମାନ୍ୟ ହସିଦେଲେ । ସେ ହସର ରହସ୍ୟ କେବଳ ଅର୍ଜୁନଙ୍କୁ ଜଣା । ଶିଶୁପାଳର ଅନେଶୋତଟି ଗାଳି ଶୁଣିବା ପରେ ପ୍ରଭୁ ଶ୍ରୀକୃଷ୍ଣ ‘ଗାଳି ବନ୍ଦ କର’ କହିଲେ । ମାତ୍ର କ୍ରୋଧାନ୍ଧ ଶିଶୁପାଳ ଗାଳି ବନ୍ଦ କଲାନାହିଁ । ସୁଦର୍ଶନ ପଠାଇ ଶିଶୁପାଳର ମୁଣ୍ଡଟି କାଟିଦେଲେ ଶ୍ରୀକୃଷ୍ଣ । ସମ୍ପର୍କରେ ଶିଶୁପାଳ ଶ୍ରୀକୃଷ୍ଣଙ୍କର ମାଉସୀ ପୁଅ ଭାଇ ଥିଲା । ମାଉସୀ ପୁଅକୁ ମାରିଥିବାରୁ ଶ୍ରୀକୃଷ୍ଣ ଆତ୍ମଗ୍ଲାନିରେ ନିଜ ଅଙ୍ଗୁଳିରୁ ଟିକେ ରକ୍ତ ନିଗାଡ଼ିବାକୁ ଉଚିତ ମଣିଲେ । ପ୍ରଭୁଙ୍କ ଆଦେଶ ମାନି ସୁଦର୍ଶନ ଚକ୍ର ଶ୍ରୀକୃଷ୍ଣଙ୍କ ଅଙ୍ଗୁଳିକୁ ସ୍ପର୍ଶ କଲେ । ପ୍ରଭୁଙ୍କ ଅଙ୍ଗୁଳିରୁ ରକ୍ତ ବାହାରିବା ଦେଖି ରାଣୀ ଦ୍ରୌପଦୀ ପିନ୍ଧିଥିବା ଶାଢ଼ୀ ପଣତକାନିକୁ ଚିରି ଅଙ୍ଗୁଳିରେ ବାନ୍ଧିଦେଲେ । ରାଣୀ ଦ୍ରୌପଦୀଙ୍କ ପ୍ରତି ସ୍ନେହଭରା ଦୃଷ୍ଟିରେ ଅନାଇ ପ୍ରଭୁ ଶ୍ରୀକୃଷ୍ଣ କହିଲେ, ‘ଏ ପଣତକାନି ସାଧାରଣ ନୁହେଁ, ଯୁଗଯୁଗ ପାଇଁ ସମ୍ପର୍କର ଡୋରିରେ ବାନ୍ଧିଦେଲ ମୋତେ ଯାଜ୍ଞସେନୀ । ତୁମ ପ୍ରତି ମୋର ଦାୟିତ୍ୱ ବଢ଼ିଗଲା କୃଷ୍ଣା ।’ ସେତେବେଳେ ଶ୍ରୀକୃଷ୍ଣଙ୍କ କଥାର ରହସ୍ୟ କେହି ବୁଝିପାରି ନଥିଲେ । କୁରୁସଭାରେ ଦ୍ରୌପଦୀଙ୍କୁ କୋଟି ବସ୍ତ୍ର ଦେଇ ସମ୍ମାନ ରକ୍ଷା କରିଥିଲେ । ଦ୍ରୌପଦୀଙ୍କ ପଣତକାନିକୁ ରାକ୍ଷୀ ମଣି ପ୍ରଭୁ ଶ୍ରୀକୃଷ୍ଣ ଭଉଣୀର ଲଜ୍ଜା ନିବାରଣ କରିଥିଲେ । ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ପ୍ରଭୁ ଶ୍ରୀକୃଷ୍ଣ ଓ ଦ୍ରୌପଦୀଙ୍କ ସେହି ପବିତ୍ର ସମ୍ପର୍କ ମନେ ପଡ଼ିଯାଏ ।
ାହାରିବା ଦେଖି ରାଣୀ ଦ୍ରୌପଦୀ ପିନ୍ଧିଥିବା ଶାଢ଼ୀ ପଣତକାନିକୁ ଚିରି ଅଙ୍ଗୁଳିରେ ବାନ୍ଧିଦେଲେ । ରାଣୀ ଦ୍ରୌପଦୀଙ୍କ ପ୍ରତି ସ୍ନେହଭରା ଦୃଷ୍ଟିରେ ଅନାଇ ପ୍ରଭୁ ଶ୍ରୀକୃଷ୍ଣ କହିଲେ, ‘ଏ ପଣତକାନି ସାଧାରଣ ନୁହେଁ, ଯୁଗଯୁଗ ପାଇଁ ସମ୍ପର୍କର ଡୋରିରେ ବାନ୍ଧିଦେଲ ମୋତେ ଯାଜ୍ଞସେନୀ । ତୁମ ପ୍ରତି ମୋର ଦାୟିତ୍ୱ ବଢ଼ିଗଲା କୃଷ୍ଣା ।’ ସେତେବେଳେ ଶ୍ରୀକୃଷ୍ଣଙ୍କ କଥାର ରହସ୍ୟ କେହି ବୁଝିପାରି ନଥିଲେ । କୁରୁସଭାରେ ଦ୍ରୌପଦୀଙ୍କୁ କୋଟି ବସ୍ତ୍ର ଦେଇ ସମ୍ମାନ ରକ୍ଷା କରିଥିଲେ । ଦ୍ରୌପଦୀଙ୍କ ପଣତକାନିକୁ ରାକ୍ଷୀ ମଣି ପ୍ରଭୁ ଶ୍ରୀକୃଷ୍ଣ ଭଉଣୀର ଲଜ୍ଜା ନିବାରଣ କରିଥିଲେ । ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ପ୍ରଭୁ ଶ୍ରୀକୃଷ୍ଣ ଓ ଦ୍ରୌପଦୀଙ୍କ ସେହି ପବିତ୍ର ସମ୍ପର୍କ ମନେ ପଡ଼ିଯାଏ ।