ସ୍ୱାଧୀନତା ର ୭୫ ବର୍ଷ ନେଇ ଚମ୍ପୁଆ ବିଜେପି ର ତ୍ରିରଙ୍ଗା ଯାତ୍ରା

ଦେଶବାସୀଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବାକୁ ଓ ସ୍ଵାଧୀନତାର…

କେନ୍ଦୁଝର : ଦେଶବାସୀଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବାକୁ ଓ ସ୍ଵାଧୀନତାର ୭୫ ବର୍ଷ ପୂର୍ଣ୍ଣ ହେବା ଉପଲକ୍ଷେ ସମସ୍ତଙ୍କ ଘରେ ତ୍ରିରଙ୍ଗା ଉଡାଇବାକୁ ପ୍ରଧାନମନ୍ତ୍ରୀଙ୍କର ଏହି ଆହ୍ମାନକୁ ସାକାର କରିବାକୁ ପୂର୍ବତନ ରାଜ୍ୟ ବିଜେପି ର ସାଧାରଣ ସମ୍ପାଦକ ତଥା ଚମ୍ପୁଆ ନିର୍ବାଚନ ମଣ୍ଡଳୀ ବିଜେପି ର ବିଧାୟକ ପ୍ରାର୍ଥୀ ଡ଼ଃ,ମୁରୁଲି ମନୋହର ଶର୍ମା ଙ୍କ ନେତୃତ୍ୱରେ ହଜାର ହଜାର କର୍ମୀ ଙ୍କୁ ନେଇ ଚମ୍ପୁଆ ବଜାର ଠାରେ ଏକ ବିରାଟ ରେଲି ଅନୁଷ୍ଠିତ ହୋଇଥିଲା ।ରାଷ୍ଟ୍ରୀୟତା ଓ ରାଷ୍ଟ୍ର ଭକ୍ତି କୁ ଆଧାର କରି ବିଜେପି ଏହି ତିରଙ୍ଗା ଯାତ୍ରା କରିଥିବା କହିଛନ୍ତି ବିଜେପି ନେତା ମୁରୁଲି ମନୋହର ଶର୍ମା ।