କାର୍ତିକ ପୂର୍ଣ୍ଣିମା: ଦୁଇଦିନ ଧରି ଦୀପଦାନ

ଗ୍ରହଣ ସମୟରେ ରୋଷେଇବାସ ଓ ଖାଦ୍ୟ ଗ୍ରହଣ କରିବା ମନା

ଦେବ ଦୀପାବଳି ବା କାର୍ତିକ ପୂର୍ଣ୍ଣିମା ୭ ନଭେମ୍ବର ଅପରାହ୍ଣ ୪ଟା ୪୦ ମିନିଟରୁ ଆରମ୍ଭ ହୋଇ ପରଦିନ ୮ ନଭେମ୍ବର ସନ୍ଧ୍ୟା ଯାଏ ରହିବ । ଦୁଇଦିନ ପାଇଁ ଦେବ ଦୀପାବଳି ପାଳନ କରାଯାଉଛି । ହିନ୍ଦୁ ଶ୍ରଦ୍ଧାଳୁମାନେ ୭ ନଭେମ୍ବର ସନ୍ଧ୍ୟା ସମୟରେ ଦୀପ ଦାନ କରିପାରିବେ । ୮ ନଭେମ୍ବର ସନ୍ଧ୍ୟା ସାଢେ଼ ୬ଟା ପରେ ଗାଧୁଆ ପାଧୁଆ ସାରି ଶ୍ରଦ୍ଧାଳୁମାନେ ଦୀପ ଦାନ କରିପାରିବେ । ଆବଶ୍ୟକ ପଡ଼ିଲେ ଦାନ-ପୂଣ୍ୟ କରିପାରିବେ ।

ସାଧାରଣତଃ ନଦୀତଟରେ ଦୀପଦାନ କରାଯାଏ । କିଛି ଲୋକ ଦୀପ ଜଳାଇ ନଦୀରେ ପ୍ରବାହିତ କରନ୍ତି । ତାକୁ ଦୀପଦାନ କହନ୍ତି । ଦୀପଦାନ କରିବା ପୂର୍ବରୁ ଦୀପକୁ ପୂଜା କରନ୍ତି । ଯଦି ଘରେ ଦୀପଦାନ କରିବାକୁ ଚାହାନ୍ତି । ଦୀପକୁ ପୂଜା କରି ଘର ଅଗଣାରେ ରଖି ଦିଆଯାଏ । ଗ୍ରହଣ ସମୟରେ ରୋଷେଇବାସ ଓ ଖାଦ୍ୟ ଗ୍ରହଣ କରିବା ମନା । ତେବେ ଭୋକ ଲାଗିଲେ ଫଳାହାର କରିପାରନ୍ତି ।

ସୋମବାର ରାତିରେ ରୋଷେଇବାସ କରି ଖିଆପିଆ ସାରିବା ପରେ ଖାଦ୍ୟପଦାର୍ଥରେ କିଛି ତୁଳସୀ ପତ୍ର ପକାଇ ଦିଅନ୍ତୁ । ତୁଳସୀ ପତ୍ର ପକାଇବା ଫଳରେ ଖାଦ୍ୟପଦାର୍ଥ ଉପରେ ଗ୍ରହଣର ପ୍ରଭାବ ପଡେ଼ନାହିଁ । ତେଣୁ ୮ ତାରିଖ ଦିନତମାମ ଆପଣମାନେ ଉକ୍ତ ଖାଦ୍ୟ ଗ୍ରହଣ କରିପାରିବେ । କିନ୍ତୁ ଗ୍ରହଣ ଲାଗିବା ସମୟରୁ ଶେଷ ପର୍ଯ୍ୟନ୍ତ ପେଟ ଖାଲି ରହିବା ସ୍ୱାସ୍ଥ୍ୟ ଦୃଷ୍ଟିରୁ ଭଲ ।