ଚନ୍ଦ୍ରଗ୍ରହଣ: ୮ ତାରିଖ ସକାଳ ୫ଟା ୩୮ରୁ ହାଣ୍ଡିଛାଡ଼

ଅପରାହ୍ଣ ୪ଟା ୨୩ରୁ ୬ଟା ୧୯ ଯାଏ ଚନ୍ଦ୍ର ଗ୍ରହଣ….

ଭାରତରେ ଚନ୍ଦ୍ର ଗ୍ରହଣ ଦ୍ୱିପହର ୨ଟା ୩୮ ମିନିଟରୁ ଆରମ୍ଭ ହେବ । କୋଲକାତା, କୋହିମା, ପାଟନା, ପୁରୀ, ରାଂଚୀ, ଇଟାନଗର ଓ ତା’ର ଆଖପାଖ ଅଂଚଳରେ ପୂର୍ଣ୍ଣଚନ୍ଦ୍ର ଗ୍ରହଣ ଦେଖିବାକୁ ମିଳିବ । ଅନ୍ୟାନ୍ୟ ସହର ଓ ଗ୍ରାମାଂଚଳରେ ଆଂଶିକ ଚନ୍ଦ୍ର ଗ୍ରହଣ ଦେଖିବାକୁ ମିଳିବ । ପୂର୍ଣ୍ଣଗ୍ରାସ ଚନ୍ଦ୍ର ଗ୍ରହଣ ସମୟରେ ଚନ୍ଦ୍ର ରକ୍ତିମ ବର୍ଣ୍ଣ ଧାରଣ କରିବ । ଚନ୍ଦ୍ର ଗ୍ରହଣ ଆରମ୍ଭ ହେବାର ୧୨ ଘଂଟା ପୂର୍ବରୁ ଅର୍ଥାତ୍‌ ସକାଳ ୫ଟା ୩୮ ମିନିଟରୁ ହାଣ୍ଡିଛାଡ଼ ବା ପାକନିଷେଧ ଓ ଦେବପୂଜା ବନ୍ଦ ।

ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ନଭେମ୍ବର ୮ ତାରିଖରେ ପଡୁଛି । ଅପରାହ୍ଣ ୪ଟା ୨୩ ମିନିଟରେ ଇଟାନଗରରେ ଚନ୍ଦ୍ର ଉଦୟ ହେବା ସହିତ ଗ୍ରହଣ ଦେଖିବାକୁ ମିଳିବ । ସନ୍ଧ୍ୟା ୬ଟା ୧୯ ମିନିଟରେ ଗ୍ରହଣ ଶେଷ ହେବ । ସେହିପରି ୬ଟା ୧୯ ମିନିଟରୁ ଆଂଶିକ ଚନ୍ଦ୍ର ଗ୍ରହଣ ଆରମ୍ଭ ହେବ । ସନ୍ଧ୍ୟା ୭ଟା ୨୬ ମିନିଟରେ ଆଂଶିକ ଚନ୍ଦ୍ର ଗ୍ରହଣ ଶେଷ ହେବ । ଗ୍ରହଣ ଶେଷ ହେବା ପରେ ଲୋକମାନେ ଗାଧୁଆ ସାରି ଦେବପୂଜା କରିପାରିବେ ।