ମାର୍ଚ୍ଚ ୨୦ ଫଗୁ ଏକାଦଶୀ: ଚମକିବ ଭାଗ୍ୟ, ଗାଈକୁ ଦିଅନ୍ତୁ ତାଜା ରୁଟି

ସୂର୍ଯ୍ୟ ଯେତେବେଳେ ଗୋଟିଏ ରାଶିରୁ ଆଉ ଗୋଟିଏ ରାଶିକୁ ଚଳନ କରନ୍ତି; ତାକୁ ସୂର୍ଯ୍ୟଙ୍କର ରାଶି ପରିବର୍ତନ କୁହନ୍ତି । ଗ୍ରହମାନଙ୍କ ରାଜା ସୂର୍ଯ୍ୟ ରାଶି ପରିବର୍ତନ କରୁଛନ୍ତି ଅର୍ଥାତ୍‌ ଆପଣଙ୍କ ଜୀବନରେ ପରିବର୍ତନର ସୁଯୋଗ ଆଣୁଛନ୍ତି । ପ୍ରତିମାସରେ ଶୁକ୍ଳ ଏକାଦଶୀ ପଡ଼ିଥାଏ । କିନ୍ତୁ ଫାଲଗୁନ ମାସର ଶୁକ୍ଳ ଏକାଦଶୀ ତିଥି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।

ଧାର୍ମିକ ମତାନୁସାରେ ସେଦିନ ସ୍ୱର୍ଗର ଦ୍ୱାର ଖୋଲା ରହିଥାଏ । ସବୁ ଦେବାଦେବୀ ଧରାପୃଷ୍ଠକୁ ରଙ୍ଗଭରା ଏକାଦଶୀ ମନାଇବାକୁ ଓହ୍ଲାଇ ଆସିଥାନ୍ତି । ରଙ୍ଗଭରା ଏକାଦଶୀ ଦିନ ସକାଳୁ ଗାଧୁଆ ପାଧୁଆ ସାରି ପ୍ରଭୁ ନାରାୟଣ ଓ ସଦାଶିବ ମହାଦେବଙ୍କ ଦର୍ଶନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ ।

ଚଳିତ ବର୍ଷ ମାର୍ଚ୍ଚ ୨୦ ତାରିଖ ଦିନ ରଙ୍ଗଭରା ଏକାଦଶୀ ତିଥି ପଡୁଛି । ଦେବତା ଦେବୀମାନେ ସିଧାସଳଖ ମଣିଷଙ୍କ ନିକଟରୁ କୌଣସି ଦ୍ରବ୍ୟ ଗ୍ରହଣ କରି ନଥାନ୍ତି । ସେମାନେ ପଶୁପକ୍ଷୀଙ୍କ ହୃଦୟରେ ପ୍ରବେଶ କରି ମଣିଷଙ୍କ ନିକଟକୁ ଆସନ୍ତି । ଯୋଉ ମଣିଷ ପବିତ୍ର ହୃଦୟରେ ରଙ୍ଗଭରା ଏକାଦଶୀ ଦିନ ଗାଈବାଛୁରୀ ଷଣ୍ଢ ଅବା ବଳଦକୁ ଫଳମୂଳ ଅବା ପନିପରିବା ନଚେତ୍‌ ପିଠାପଣା ଖାଇବାକୁ ଦିଅନ୍ତି । ସେମାନଙ୍କର ସବୁ ଅଭିଳାଷ ପୂରଣ ହୋଇଥାଏ ।