ଟିମ୍‌ ଇଣ୍ଡିଆରେ ବ୍ୟାଟ୍‌ସମ୍ୟାନ୍‌ ସରଫରାଜ ଖାନ ଓ ଧ୍ରୁବ ଜୁରେଲ

ନୂଆଦିଲ୍ଲୀ: ଘରୋଇ ମଇଦାନରେ ଇଂଲଣ୍ଡ ବିପକ୍ଷରେ ଦକ୍ଷତା ପ୍ରମାଣ କରିବା ପରେ ବ୍ୟାଟ୍‌ସମ୍ୟାନ୍‌ ସରଫରାଜ ଖାନ ଓ ଧ୍ରୁବ ଜୁରେଲଙ୍କ ସହିତ ବିସିସିଆଇ ମନୋନୟନ କମିଟି ବର୍ଷିକିଆ ରାଜିନାମା କରିଛି ।

ଇଂଲଣ୍ଡ ବିପକ୍ଷରେ ସରଫରାଜ ତିନୋଟି ଟେଷ୍ଟ ଖେଳିବାର ସୁଯୋଗ ପାଇ ତିନୋଟି ଅର୍ଦ୍ଧ-ଶତକ ହାସଲ କରିଥିଲେ । ବୋଲର ଜୁରେଲଙ୍କ ବୋଲିଂ କମାଲ ରାଂଚି ଟେଷ୍ଟରେ ଦେଖିବାକୁ ମିଳିଥିଲା । ଭାରତକୁ ୯୦ ରନ୍‌ ବ୍ୟବଧାନରେ ଜିତାଇବା ପଛରେ ଜୁରେଲଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଇଂଲଣ୍ଡ ବିପକ୍ଷରେ ଜୁରେଲ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ । ଜୁରେଲଙ୍କ ରଣକୌଶଳକୁ ଧୋନିଙ୍କ ସହିତ ତୁଳନା କରାଯାଇଛି ।