ଆଉ କୁଲଡିହାରେ ଶିକାରୀଙ୍କୁ ଦୟା କ୍ଷମା ନାହିଁ

ବାଲେଶ୍ୱର: କୁଲଡିହା ଅଭୟାରଣ୍ୟ ଭିତରେ ଶିକାରୀଙ୍କ ଗୁଳିରେ ଦୁଇଜଣ ବନ କର୍ମଚାରୀ ଲହୁଲୁହାଣ ହେବା ପରେ ବନ ବିଭାଗ କଠୋର ଆଭିମୁଖ୍ୟ ପୋଷଣ କରିଛି । ଚୋରା ବନ୍ଧୁକ ରଖିଥିବା ଶିକାରୀଙ୍କୁ ଆତ୍ମସମର୍ପଣ ପାଇଁ ଚେତାବନୀ କରିଛି ।

ସୋମବାର ବିଳମ୍ବିତ ରାତିରେ ପାଟ୍ରୋଲିଂରେ ନିୟୋଜିତ ଦୁଇଜଣ ବନ କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇ ଶିକାରୀମାନେ ସେମାନଙ୍କ ଉପରକୁ ମହାବିପଦ ଡାକି ଆଣିଛନ୍ତି । ଶିମିଳିପାଳ ଟାଇଗର ପ୍ରୋଟେକ୍ସନ୍‌ ଫୋର୍ସ ଓ ଏକ୍ସ ଆର୍ମି ଟିମ୍‌ ବୁଧବାରଠାରୁ କୁଲଡିହା ଓ ତା’ର ଆଖପାଖ ଅଂଚଳରେ କମ୍ବିଂ ଅପରେସନ୍‌ ଆରମ୍ଭ କରିବ ।

ସୂଚନାଯୋଗ୍ୟ, ଶିକାରୀଙ୍କ ଗୁଳିଚୋଟରେ ଗୁରୁତର ଦୁଇ ବନ କର୍ମଚାରୀଙ୍କୁ ଏବେ କଟକ ବଡ଼ ମେଡିକାଲରେ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି ।