ଆଜ ଦିନରେ ପ୍ରଭୁ ନାରାୟଣ ପର୍ଶୁରାମ ଅବତାର ଗ୍ରହଣ କରି ଧରାବତରଣ କରିଥିଲେ।
ବ୍ରାହ୍ମଣ କୂଳରେ ଜନ୍ମିଥିଲେ, ଏକୋଇଶି ବାର କ୍ଷତ୍ରିୟଙ୍କୁ ନାଶ କରିଥିଲେ..
ଆଜି ଏପ୍ରିଲ ୨୯ ତାରିଖ । ମଙ୍ଗଳବାର । ଶୁକ୍ଳପକ୍ଷ ଦ୍ୱିତୀୟା ତିଥି । ବୈଶାଖ ମାସର ନବମୀ ଦିବସ । ମେଷ ୧୬ ଦିନରେ ପଦାର୍ପଣ କଲା । ଚନ୍ଦ୍ର ଅବସ୍ଥାନ କରିଛନ୍ତି ବୃଷ ରାଶିର କୃତିକା ନକ୍ଷତ୍ରରେ । ଆଜି ଦ୍ୱିତୀୟା ତିଥିର ଏକୋଦ୍ଦିଷ୍ଟ ପାର୍ବଣ ଶ୍ରାଦ୍ଧ । ଆଜି ରାତିରେ ରୋହିଣୀ ନକ୍ଷତ୍ର ବେଳାରେ ବିବାହ ପାଣି ଗ୍ରହଣ କରିପାରନ୍ତି । ଆଜ ଦିନରେ ପ୍ରଭୁ ନାରାୟଣ ପର୍ଶୁରାମ ଅବତାର ଗ୍ରହଣ କରି ଧରାବତରଣ କରିଥିଲେ ।
ଆଜି ବିଛାରାଶିର ଘାତଚନ୍ଦ୍ର । ମକର ରାଶିର ଘାତବାର । ଯୋଗିନୀ ଅବସ୍ଥାନ କରିଛନ୍ତି ଉତର ଦିଗରେ । ଅପରାହ୍ଣ ୫ଟା ୨୦ ମିନିଟ୍ ପରେ ଯୋଗିନୀ ଆଗ୍ନେୟ କୋଣକୁ ଚଳନ କରିବେ । ଯୋଗିନୀଙ୍କୁ ବାମକଡ଼ରେ ରଖି ଯାତ୍ରା କରନ୍ତୁ, ସବୁ ବାଧା ଦୂର ହେବ।ଘରୁ ପଦାକୁ ଗୋଡ଼ କାଢ଼ିବା ପୂର୍ବରୁ ମୁଖ୍ୟ ଦ୍ୱାର ବାମ ଚୌକାଠ ନିକଟରେ ମଥା ଲଗାଇ ତୁଣ୍ଡରେ ‘ଓଁ ରାମଦୂତାୟ ନମଃ’ ଉଚ୍ଚାରଣ କରି ବାହାରି ଯାଆନ୍ତୁ । ସବୁ ବାଧା ଦୂର ହୋଇଯିବ ।
ଆଜି ୨୯/୦୪/୨୦୨୫ ପ୍ରଭୁ ପର୍ଶୁରାମ ଜୟନ୍ତୀ, ଅସହାୟଙ୍କୁ ପ୍ରତି ସହାୟ ହୋଇ କ୍ଷତ୍ରୀୟଙ୍କୁ କରିଥିଲେ ନିଧନ ବ୍ରାହ୍ମଣ କୁଳରେ ଜନ୍ମିଥିଲେ, ଏକୋଇଶି ବାର କ୍ଷତ୍ରୀୟଙ୍କୁ ନାଶ କରିଥିଲେ ।