ମାଘମାସଟି ଭଗବାନ ବିଷ୍ଣୁଙ୍କ ମାସ । ମାଘମାସ ଏକାଦଶୀ ତିଥିରେ ପାଳିତ ଷଟ୍ତିଳା ଏକାଦଶୀ ଦିନ ଶ୍ରୀହରିଙ୍କ ସମେତ ସବୁ ଦେବତାଙ୍କୁ ପୂଜାର୍ଚ୍ଚନା କରାଯାଏ । ଆଉ କୌଣସି ତିଥିରେ ତେତ୍ରିଶ କୋଟି ଦେବତାଙ୍କ ଗହଣରେ ଭଗବାନ ବିଷ୍ଣୁଙ୍କ ଆରାଧନା କରାଯିବାର ବିଧି ନାହିଁ । ସେଦିନ ବିଧି ମୁତାବକ ପୂଜାର୍ଚ୍ଚନା କଲେ; ଶ୍ରଦ୍ଧାଳୁଙ୍କର ସବୁ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଜାତକରେ ଥିବା ସବୁ ଦୁର୍ଯୋଗକୁ ନଷ୍ଟ କରିଥାଏ ଷଟ୍ତିଳା ଏକାଦଶୀ ବ୍ରତ । ଏହିଦିନ ପ୍ରଭୁଙ୍କ ଆରାଧନାରେ ତିଳ ବ୍ୟବହାର କରାଯାଏ ।
ସାଧାରଣତଃ ତୈଳବୀଜ ଧଳା ଓ କଳା ରଙ୍ଗର ରହିଛି । ତୈଳବୀଜ ଭରପୁର ଔଷଧୀୟ ଗୁଣ ରହିଛି । ତୈଳବୀଜଗୁଡ଼ିକ ଏକାଧାରରେ ରୋଗନାଶକ, ବାତନାଶକ, କେଶବର୍ଦ୍ଧକ । ତୈଳବୀଜରେ ସନ୍ତାନ ଉତ୍ପାଦନ କରିବାର ଶକ୍ତି ରହିଛି । ଶନିଦଶାରୁ ମୁକ୍ତି ପାଇବା ପାଇଁ କଳା ତିଳ ଦାନ କରାଯାଏ । ପିଣ୍ଡଦାନରେ ତିଳ ବ୍ୟବହାର କରାଯାଏ । ପୂଜା କାର୍ଯ୍ୟରେ ତେଲର ଦୀପ ଜାଳିବା ଉଚିତ ।