#ହକ୍_ପାଇଁ_ଲଢ଼େଇ ବିଧାନସଭା ସମ୍ମୁଖରେ ସାମ୍ବାଦିକଙ୍କ ମହାସମାବେଶ ଓ ଘେରାଉ

ଭୁବନେଶ୍ୱର: ୫ ଦଫା ଦାବି ନେଇ ବିଧାନସଭା ସମ୍ମୁଖରେ ମହାସମାବେଶ ଓ ଘେରାଉ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଅବହେଳାର ଶୀକାର ହେଉଥିବା ସାମ୍ବାଦିକମାନେ। ଚଳିତ ଫେବୃଆରୀ ୭ ତାରିଖ ରାଜ୍ୟର କୋଣ-ଅନୁକୋଣରେ କାର୍ଯ୍ୟରତ ସାମ୍ବାଦିକମାନେ ଏହି ମହାସମାବେଶରେ ଯୋଗ ଦେବାକୁ ନିବେଦନ କରାଯାଉଛି ।

ସୂଚନା ଯୋଗ୍ୟ, ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କରଙ୍କ କହିବା ଅନୁଯାୟୀ, ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ସର୍ବନିମ୍ନ ସୁବିଧା ମିଳିପାରୁନାହିଁ । ସରକାରୀ ସୁବିଧାରୁ ସାମ୍ବାଦିକ ବଞ୍ଚିତ ହେବାଟା ଅତ୍ୟନ୍ତ ଦୁଃଖ ଦାୟକ। ଯାହାକି ସୁରକ୍ଷା ଆଇନ ପ୍ରଣୟନ ହୋଇପାରୁନାହିଁ । ଏଥିରେ ଆମର ଏକତା ବାଧକ ସାଜୁଛି । ସାମ୍ବାଦିକମାନେ ଏକଜୁଟ ହୋଇ ନିଜର ଦାବିକୁ ସରକାରଙ୍କ ପାଖରେ ଉପସ୍ଥାପନ କରିପାରିଲେ, ସବୁ ସୁବିଧା ପାଇପାରିବେ ।

ତେଣୁ କୌଣସି ଗୋଟିଏ ସଂଘ ନୁହେଁ ବରଂ ନିରପେକ୍ଷ ଭାବେ ରାଜ୍ୟରେ କାର୍ଯ୍ୟ କରୁଥିବା ସାମ୍ବାଦିକ ବନ୍ଧୁମାନେ ଆଜି ୭ ତାରିଖ ଦିନ ବିପୁଳ ପରିମାଣରେ ଯୋଗଦେଇ ଏହାକୁ ସଫଳ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।

ସେହିପରି, ଦେଶର ଅଧିକାଂଶ ରାଜ୍ୟରେ ବରିଷ୍ଠ ସାମ୍ବାଦିକମାନଙ୍କୁ ପେନସନ୍ ମିଳୁଛି । ହେଲେ ଓଡ଼ିଶାରେ ଅଦ୍ୟାବଧି ପେନସନ ସ୍କିମ କାର୍ଯ୍ୟକାରୀ ହୋଇପାରିନାହିଁ । କେବଳ ପେନସନ ନୁହେଁ, ବରଂ ସାମ୍ବାଦିକଙ୍କ ସୁରକ୍ଷା ଆଇନ ପ୍ରଣୟନ ହୋଇପାରୁନି । ତେଣୁ ଏହି ମହାସମାବେଶରେ ଉପରୋକ୍ତ ଦାବି ସହ ପ୍ରଚଳିତ ବୀମାଯୋଜନାରେ ପିତା-ମାତା ଓ ୨୫ ବର୍ଷରୁ ଉର୍ଦ୍ଧ୍ୱ ସନ୍ତାନମାନଙ୍କୁ ସାମିଲ, ଅଧିସ୍ୱୀକୃତି କମିଟି ପୁନଃର୍ଗଠନ, ବ୍ଲକ ଠାରୁ ରାଜ୍ୟ ପର୍ଯ୍ୟନ୍ତ ବ୍ୟାପକ ଅଧିସ୍ୱୀକୃତି ପ୍ରଧାନ, ମିଡ଼ିଆ ଏକାଡେମୀ ଗଠନ ଓ ଲୋକସେବା ଭବନ ସମେତ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ସାମ୍ବାଦିକମାନଙ୍କ ପ୍ରବେଶଧିକାର ଆଦି ଦାବିରେ ସାମ୍ବାଦିକମାନେ ବିଧାନସଭା ସମ୍ମୁଖରେ ଏକାଠୀ ହେବାକୁ ଯାଉଛନ୍ତି । ଏହି ମହାସମାବେଶରେ ରାଜ୍ୟର ସମସ୍ତ ସଂଘ ଓ ସବୁ ବର୍ଗର ସାମ୍ବାଦିକମାନେ ସାମିଲ ହେବାକୁ ସେ ଅନୁରୋଧ କରିଛନ୍ତି ।