ଗଣତନ୍ତ୍ରକୁ ମାରିବାକୁ ସୁଯୋଗ ଦିଆଯିବନି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୋମବାର ଦିନ ଚଣ୍ଡିଗଡ଼ର ମେୟର ନିର୍ବାଚନ ମାମଲାର ବିଚାର କରୁଥିଲା ବେଳେ ସୁପ୍ରିମକୋର୍ଟ ଗଣତନ୍ତ୍ରର ହତ୍ୟା ପ୍ରତି କଟାକ୍ଷ କରିଛନ୍ତି ।  ନିର୍ବାଚନକୁ ପରିଚାଳନା କରୁଥିବା ପ୍ରିଜାଇଡିଂ ଅଧିକାରୀଙ୍କ ପକ୍ଷପାତ କାମକୁ ଆଖିରେ ଦେଖିବା ପରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ସୁପ୍ରିମକୋର୍ଟ କୌଣସି ପରିସ୍ଥିତିରେ ଗଣତନ୍ତ୍ରକୁ ହତ୍ୟା କରିବା ପାଇଁ କାହାକୁ ସୁଯୋଗ ଦେବନି ।

ସୁପ୍ରିମକୋର୍ଟଙ୍କ ତିନିଜଣ ଜଷ୍ଟିସଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ଅଭିଯୁକ୍ତ ପ୍ରିଜାଇଡିଂ ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଚଣ୍ଡିଗଡ ମେୟର ନିର୍ବାଚନର ଭିଡିଓ ଚିତ୍ରଟିକୁ ଖଣ୍ଡପୀଠ ସତର୍କତାର ସହିତ ଦେଖିଥିଲେ ।