ଶୁଭମନ ଗିଲଙ୍କ ଅଙ୍ଗୁଳିରେ ହାଲୁକା ଚୋଟ

ଭାରତୀୟ ବୋଲର ଶୁଭମନ ଗିଲଙ୍କ ଅଙ୍ଗୁଳିରେ ଗଭୀର ଚୋଟ ଲାଗିଛି? ଯାଂଚ କରିବାରୁ ତାଙ୍କ ଅଙ୍ଗୁଳିଟି ଭଲ ହେବା ପାଇଁ ଅତି ବେଶିରେ ୪/୫ ଦିନ ଲାଗିବ । ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ଖେଳୁଥିବା ସମୟରେ ଶୁଭମନଙ୍କ ଡାହାଣ ହାତର ତର୍ଜନୀ ଅଙ୍ଗୁଳିରେ ଚୋଟ ଲାଗିଥିଲା ।

ତେଣୁ ସୋମବାର ଦିନ ଶୁଭମନ ମଇଦାନକୁ ଓହ୍ଲାଇ ନଥିଲେ । ଶୁଭମନଙ୍କ ସ୍ଥାନରେ ସରଫରାଜ ଖାନ ମଇଦାନକୁ ଓହ୍ଲାଇଥିଲେ । ୨୪ ବର୍ଷୀୟ ଶୁଭମନ ଦ୍ୱିତୀୟ ପାଳିରେ ୧୪୭ଟି ବଲରୁ ୧୦୪ ରନ୍‌ ସଂଗ୍ରହ କରିଥିଲେ ।