ଚିରସବୁଜ ଦିଶିବେ ଅଭିନେତା ରଜନୀକାନ୍ତ

ଚେନ୍ନାଇ: ଲୋକପ୍ରିୟ ଅଭିନେତା ରଜନୀକାନ୍ତଙ୍କୁ ଚିରଯୌବନ କରିବା ପାଇଁ ଆଧୁନିକ ଜ୍ଞାନକୌଶଳକୁ ଆଦରି ନେଇଛି ଚଳଚ୍ଚିତ୍ର ଦୁନିଆ । ‘ଜେଲର’ ଭଳି ସୁପରହିଟ୍‌ ଚଳଚ୍ଚିତ୍ର ପରେ ରଜନୀକାନ୍ତ ଆଗାମୀ ଚଳଚ୍ଚିତ୍ର ‘ଥଲାଇଭର ୧୭୧’କୁ ନେଇ ଚର୍ଚ୍ଚାରେ ଅଛନ୍ତି ।

ଲୋକେଶ କନଗରାଜଙ୍କ ପ୍ରଯୋଜିତ ଚଳଚ୍ଚିତ୍ରରେ ଟିଜେ ଜ୍ଞାନବେଲ କାମ କରିବେ ।ବୟସର ଅପରାହ୍ଣରେ ପହଂଚିବା ସତ୍ୱେ ମଉଳି ଯାଇନି ରଜନୀକାନ୍ତଙ୍କ ଲୋକପ୍ରିୟତା । ଆକ୍ସନ୍‌ ଥ୍ରିଲର ‘ଥଲାଇଭର ୧୭୧’ରେ ୭୩ ବର୍ଷୀୟ ରଜନୀକାନ୍ତଙ୍କୁ ଦମଦାର ଚରିତ୍ରରେ ଦେଖିବାକୁ ମିଳିବ । ଚରିତ୍ର ମୁତାବକ ରଜନୀକାନ୍ତଙ୍କୁ ୨୫ ବର୍ଷୀୟ ଯୁବକ ଦିଶିବାର ଅଛି ।

ରଜନୀକାନ୍ତଙ୍କୁ ଯୁବକ କରିବା ପାଇଁ ‘ଡି-ଏଜିଂ ଟେକ୍ନୋଲୋଜି’ ପ୍ରୟୋଗ କରାଯିବ । ଏହି ଟେକ୍ନୋଲୋଜି ଏକ ଥ୍ରି-ଡି ଟେକ୍ନୋଲୋଜି ଯୋଉଥିରେ ଆଧୁନିକ ଇଫେକ୍ଟସ ଜରିଆରେ ଯେକୌଣସି ବୟସର ବ୍ୟକ୍ତି ଯୁବକ ଭଳି ଦିଶିବେ ।