ରୁଦ୍ରାକ୍ଷ ପିନ୍ଧିବାର ବିଧି ଜାଣନ୍ତୁ

ବଜାରରେ ଏକମୁଖି ରୁଦ୍ରାକ୍ଷରୁ ଆରମ୍ଭ କରି ବହୁମୁଖୀ ରୁଦ୍ରାକ୍ଷ । ଯେକୌଣସି ରୁଦ୍ରାକ୍ଷକୁ ଶୁଭ ସମୟ ଦେଖି ଧାରଣ କରାଯିବା ଉଚିତ । ବିଧି ବିଧାନ ମୁତାବକ ମନ୍ତ୍ରୋଚାରଣ କରି ରୁଦ୍ରାକ୍ଷ ଧାରଣ କଲେ, ମଣିଷକୁ ତା’ର ଇପ୍‌ସିତ ଫଳ ମିଳିଯାଏ ବୋଲି କଥିତ ଅଛି ।

ବିନା ମନ୍ତ୍ରୋଚାରଣରେ ରୁଦ୍ରାକ୍ଷ ଧାରଣ କରିବା ଅନୁଚିତ ।

ଉପଯୁକ୍ତ ପଣ୍ଡିତଙ୍କ ଜରିଆରେ ରୁଦ୍ରାକ୍ଷକୁ ଅଭିମନ୍ତ୍ରିତ କରାଯିବା ଜରୁରୀ । ବେଦଜ୍ଞ ପଣ୍ଡିତ ନମିଳିଲେ ମଧ୍ୟ ଆପଣ ନିଜେ ରୁଦ୍ରାକ୍ଷକୁ ଅଭିମନ୍ତ୍ରିତ କରି ଧାରଣ କରିପାରିବେ ।

ବିଶେଷ କରି ସୂର୍ଯ୍ୟ ମେଷ ଅବା ତୁଳାରାଶିରେ ଅବସ୍ଥାନ କରୁଥିବା ସମୟରେ, କର୍କଟ ଅବା ମକର ସଂକ୍ରାନ୍ତି ଦିନ, ଗ୍ରହଣ କାଳରେ, ଅମାବାସ୍ୟା, ପୂର୍ଣ୍ଣିମା ତିଥିରେ ରୁଦ୍ରାକ୍ଷ ଧାରଣ କଲେ ମଣିଷକୁ ପୂଣ୍ୟ ପ୍ରାପ୍ତି ହୋଇଥାଏ ।