‘ବିପ୍ଳବୀ ବାଜିଆ’
ଭୁବନେଶ୍ୱର ସ୍ଥିତ ଭଞ୍ଜକଳା ମଣ୍ଡପରେ ମଞ୍ଚସ୍ଥ ଓଡ଼ିଆ ଶିଶୁ ନାଟକ ‘ବିପ୍ଳବୀ ବାଜିଆ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଶହୀଦ ବାଜି ରାଉତଙ୍କ ବଂଶଧରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିବା ବେଳେ ଭାରତର ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ କାହାଣୀକୁ ନାଟକର ରୂପ ଦେଇଥିବାରୁ ପିଙ୍କଉଡ୍ ଏବଂ ପିସ ଫାଉଣ୍ଡେସନକୁ ଧନ୍ୟବାଦ ଦେଇଛନ୍ତି ସେ ।
ଓଡ଼ିଶାର ଛୋଟ ପିଲା ମାନଙ୍କ ମଧ୍ୟରେ ବହୁତ ପ୍ରତିଭା ଅଛି । ଜାତୀୟ ଶିକ୍ଷା ନୀତିରେ ଶିଶୁ ମାନଙ୍କୁ ସଙ୍ଗୀତ, କାହାଣୀ, ଖେଳନା ଏବଂ ନାଟକ ମାଧ୍ୟମରେ ଶିକ୍ଷା ଦିଆଯାଉଛି ବୋଲି ଟ୍ୱଇଟ କରିଛନ୍ତି । ନାଟକରେ ଅଭିନୟ କରିଥିବା ରସୁଲଗଡ ବ୍ରହ୍ମେଶ୍ୱର କଲୋନୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଶିଶୁ କଳାକାର ମାନଙ୍କ ପ୍ରଦର୍ଶନ ବେଶ୍ ଉଚ୍ଚକୋଟୀର । ଏହି ନାଟକ ଦ୍ୱାରା ପିଲା ମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭା ପ୍ରସ୍ଫୁଟିତ ହେବ ।
ଆମର ସଂସ୍କୃତି ଓ ସଭ୍ୟତାର ନିରନ୍ତରତା ବଜାୟ ନ ରହିଲେ ସମାଜର ଉତ୍ଥାନ ହୋଇ ପାରିବ ନାହିଁ । ଆଜି ଶିଶୁ ନାଟକକୁ ପୁନର୍ଜୀବିତ କରିବା ଦିଗରେ ଏଭଳି ଆୟୋଜନ ବେଶ୍ ପ୍ରଶଂସନୀୟ । ଏହି ନାଟକକୁ ସବୁ ସ୍କୁଲ, ଜିଲ୍ଲା ସ୍ତରରେ ପହଞ୍ଚାଇବା ଦରକାର ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ଟ୍ୱଇଟ ଦେଇଛନ୍ତି।