ରଜରେ କନ୍ୟାର ପ୍ରଥମ ରଜ ଦର୍ଶନ ଅଶୁଭ!

ବୈବାହିକ ଜୀବନ ଅଶାନ୍ତିରେ କଟେ

ରଜ ଆସିବା ମାତ୍ରେ କୁମାରୀ ଝିଅମାନଙ୍କ ମନ ଆନନ୍ଦରେ ନାଚିଉଠେ । ଭଳିକି ଭଳି ପୋଷାକ ପିନ୍ଧିବା, ପୋଡ଼ପିଠା ଖାଇବା, ସାଙ୍ଗସାଥୀ ମେଳରେ ଗାଁକୁ ଗାଁ ବୁଲିବା, ଦୋଳି ଖେଳିବା ସହ ଆହୁରି କେତେ ମଉଜ କରିବାକୁ ଇଛା ହୁଏ । କୁହାଯାଏ ରଜ ସମୟରେ ଧରଣୀ ମାତା ରଜସ୍ୱଳା ହେଉଥିବାରୁ ଚାଷକାମ କରାଯାଏନା । ବସୁମତୀ ସ୍ନାନ ପରେ ଧରଣୀ ମାତାକୁ ପୂଜାର୍ଚ୍ଚନା କରାଯାଏ । ତା’ ପରଦିନଠାରୁ ଜମିରେ ହଳ କରିବା ଶୁଭଦାୟକ ହୋଇଥାଏ ।

ରଜ କେବଳ କୁମାରୀମାନେ ପାଳି ନଥାନ୍ତି । ଦୂରଦୂରାନ୍ତରେ ପାଇଟି କରୁଥିବା ଲୋକମାନେ କର୍ମମୟ ଜୀବନରୁ କିଛି ଦିନ ଛୁଟି ପାଇ ଧାଇଁ ଆସନ୍ତି ଗ୍ରାମକୁ । ପରିବାର ଓ ବନ୍ଧୁବାନ୍ଧବଙ୍କ ସହ କିଛିଦିନ କଟାଇ ପୁଣି ଫେରିଯାନ୍ତି କର୍ମସ୍ଥଳୀକୁ ।

ଶାସ୍ତ୍ରରେ ଅଛି, ପହିଲି ରଜ, ରଜ ସଂକ୍ରାନ୍ତି, ଭୂମି ଦହନ ବା ଶେଷ ରଜ ଦିନ କୁମାରୀ କନ୍ୟା ରଜୋମତୀ ହେବା ଉଭୟ ବାପଘର ଓ ଶାଶୁଘର ପାଇଁ ଅଶୁଭ । ଯଦିଓ ଏହା ପ୍ରକୃତିର ଏକ ନିୟମ ଯାହା ସବୁ କୁମାରୀଙ୍କ ଜୀବନରେ ଘଟିଥାଏ । ମାତ୍ର ତିଥି, ନକ୍ଷତ୍ର ଦିଗରୁ ବିଚାର କଲେ, ରଜ ସମୟରେ କନ୍ୟାଟିଏ ପ୍ରଥମ କରି ଋତୁସ୍ନାନ କଲେ, ସେହି ଝିଅଟିି ବ୍ୟଭିଚାରିଣୀ ପ୍ରକୃତିର ହୋଇଥାଏ।

ଏକାଧିକ ପୁରୁଷଙ୍କ ପ୍ରତି ଆକର୍ଷିତ ହୋଇ ବୈବାହିକ ଜୀବନରେ ଝଡ଼ ଭରିଦିଏ । ଫଳରେ ଉଭୟ ବାପଘର ଓ ଶାଶୁଘର ପାଇଁ ଅପବାଦକୁ ଡାକିଆଣେ । ଯୋଉ ସମାଜରେ ସତୀ ସୀତା ଅଛନ୍ତି, ସେହି ସମାଜରେ ମନ୍ଦୋଦରୀ ଭଳି ନାରୀମାନେ ମଧ୍ୟ ରହୁଛନ୍ତି । ଆଧୁନିକ ସମାଜ ଏଭଳି ବିଚାରଧାରାକୁ ସେତେଟା ଗୁରୁତ୍ୱ ଦେଉନାହାନ୍ତି । ମାତ୍ର ଏଭଳି କିଛି ଲୋକ ଅଛନ୍ତି ଯୋଉମାନେ ବୋହୂଟିଏ ଚୟନ କରିବା ପୂର୍ବରୁ କନ୍ୟାର ପ୍ରଥମ ରଜ ଦର୍ଶନ ସଂପର୍କରେ ପଚାରି ବୁଝିଥାନ୍ତ।