ତେଲିଆ ମୁଣ୍ଡରେ ତେଲ: ସରକାରୀ କର୍ମଚାରୀଙ୍କୁ ରଜ ଭେଟି

ଭୁବନେଶ୍ୱର: ମିଛରେ ରାଜ୍ୟ କର୍ମଚାରୀମାନେ ନବୀନ ସରକାରକୁ ମୁଣ୍ଡରେ ବସାଇଛନ୍ତି । ରାଜକୋଷକୁ ଖୋଳ କରିବାରେ ନବୀନ ସରକାର ଯେତିକି ଆଗୁଆ । ସରକାରୀ କର୍ମଚାରୀଙ୍କ ମନକୁ ଖୁସି କରିବା ଦିଗରେ ମଧ୍ୟ ନବୀନ ସରକାର ସେତିକି ଆଗୁଆ । ନବୀନ ପଟ୍ଟନାୟକ ଭଲ ଭାବରେ ଜାଣିଛନ୍ତି, କର୍ମଚାରୀଙ୍କୁ ଖୁସିରେ ରଖିପାରିଲେ, ସବୁ ବାଜିରେ ଜିତିବା ସହଜ ।

ଦିନ ମଜୁରିଆଙ୍କ ପେଟକୁ ନାତ ମାରି ସରକାରୀ କର୍ମଚାରୀଙ୍କୁ ରଜ ଭେଟି ସ୍ୱରୂପ ମହଙ୍ଗା ଭତା ପ୍ରଦାନ କରିଛନ୍ତି । ସୂଚନା ମୁତାବକ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତାରେ ଚାରି ପ୍ରତିଶତ ବୃଦ୍ଧି କରାଯାଇଛି । କର୍ମଚାରୀଙ୍କ ମହଙ୍ଗା ଭତାକୁ ୩୮ରୁ ୪୨ ପ୍ରତିଶତ ବୃଦ୍ଧି ପାଇଛି ।

ଫଳରେ ସାତଲକ୍ଷ ସରକାରୀ କର୍ମଚାରୀ ଓ ପେନସେନ୍‌ ଭୋଗୀ ସମାନ ପରିମାଣରେ ଉପକୃତ ହେବେ । ବର୍ଦ୍ଧିତ ମହଙ୍ଗା ଭତା ୨୦୨୩ ଜାନୁଆରୀ ପହିଲାରୁ ଲାଗୁ ହେବ । ଚଳିତ ଜୁନମାସରୁ ବର୍ଦ୍ଧିତ ଦରମା ଦିଆଯିବ । ଠିକା କର୍ମଚାରୀଙ୍କ ଦରମା ବଢ଼ିବା କଥାକୁ ଏଡ଼ାଇ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।