ବାଇଶି ପାହାଚରେ ଥିବା କଳା ପଥର ଓ ଯମ ଶିଳା କଣ ଜାଣନ୍ତି?

ବାଇଶି ପାହାଚରେ ଥିବା କଳା ପଥର ପଛରେ ରହିଥିବା ରହସ୍ୟ କଣ ଜାଣନ୍ତୁ…

ସାଧାରଣତଃ ଆପଣମାନେ ଜାଣିଛନ୍ତି ପୁରୀ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରକୁ ଗଲା ବେଳେ ପୂର୍ବ ପଟରେ ବାଇଶି ପାହାଚ ପଡ଼ିବ । ଏହି ବାଇଶି ପାହାଚ ଆମର ବାଇଶିଟି ଅପକର୍ମକୁ ନଷ୍ଟ କରିଥାଏ । ସେହି ମଧ୍ୟରେ ଏକ କଳା ପଥର ପଡ଼ିଥାଏ । ଆଉ ଲୋକମାନେ ଭାବୁଥାନ୍ତି ଏହି ପଥରକୁ ଗଲା ବେଳେ ମାଡ଼ିକି ଯିବି କି ଆସିଲା ବେଳେ ଆସିବି । ଏହି କଳା ପଥରର ନାମ ହେଉଛି ଯମ ଶିଳା ।

ତେବେ ଏହିଭଳି ଭାବରେ ୪ଟି ଶିଳା ଏହି ଶ୍ରୀ ମନ୍ଦିରରେ ବିଦ୍ୟମାନ । ସେହି ୪ଟି ହେଉଛି, କୈବଲ୍ୟ ଶିଳା, ମୁକ୍ତି ଶିଳା, ପିତୃ ଶିଳା, ଏବଂ ଯମ ଶିଳା । ସେହି ଯମ ଶିଳା ହେଉଛନ୍ତି ଆପଣ ଯେତେବେଳେ ସିଂହ ଦ୍ଵାର ବୃମଟ ଭିତରକୁ ପ୍ରବେଶ କରିବେ, ଯେତେବେଳେ ପ୍ରଥମେ ପତିତପାବନ ଦର୍ଶନ କରିବେ ।

ସେହିଭଳି ବାଇଶି ପାହାଚ ଚଢିବା ଭିତରେ ଏକ ବନ୍ଧ ଆସିବ ସିଂହ ଦ୍ଵାର ବୃମଟକୁ ପାସ କରିବା ପାଇଁ ଏକ କଳା ପଥର ଅଛି । ସେହି ଶିଳାକୁ ଯମ ଶିଳା କୁହାଯାଏ । ଆଉ ଏହି ଶିଳାକୁ ମନ୍ଦିର ଭିତରକୁ ଗଲା ବେଳେ ଏହି ଶିଳା ଉପରେ ପାଦ ରଖି ପତିତପାବନକୁ ଚାହିଁ ବା ଧ୍ଵଜାକୁ ଚାହିଁଲେ ଆପଣଙ୍କର ସବୁ ପାପ ଦୂର ହୋଇଯାଇଥାଏ ।

ଆମେ ଏଠି ଗୋଟେ କଥା କହିରଖିବୁ ଆପଣ ମନ୍ଦିରରୁ ଫେରିବା ବେଳେ ଯଦି ଏହି ପଥର ଉପରେ ପାଦ ରଖିବେ ତାହେଲେ ଆପଣଙ୍କର ଧୋଇ ହୋଇଯାଇଥିବା ସବୁ ପାପ ପୁଣି ଫେରି ଆସିବ । ତେବେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ମୁକ୍ତି ମିଳିଥାଏ ।

ଆଉ ଏହି ପଥର ଉପରେ ପାଦ ରଖି ମହାପ୍ରଭୁଙ୍କୁ ସ୍ମରଣ କରିଲେ ପାପ କ୍ଷୟ ହୋଇଯାଇଥାଏ । ଆଉ ଏହାକୁ ଜଣେ ଲୋକ ମଧ୍ୟ ପ୍ରମାଣ କରିଥିଲେ । ସେ ଚାଲି ପାରିନଥିଲେ ଠିକସେ କିନ୍ତୁ ସେ ଦୁଇମାସ ପରେ ଆସିଲା ପରେ ତାର ଗୋଡ଼ ପୁରା ଠିକ୍ ଥିଲା । ଏହି ଯମ ଶିଳା ସମସ୍ତ ପ୍ରକାର ପାତକକୁ ନଷ୍ଟ କରିଥାଏ ।

ରାକ୍ଷସ, ଭୂତ ଆଦି ଏହି ଯମ ଶିଳା ପାଇଁ ବାଇଶି ପାହାଚ ଉପରକୁ ଉଠି ପାରନ୍ତି ନାହିଁ । ଏହିପରି ଭାବରେ ବହୁତ ପ୍ରକାରର ଯମ ଶିଳାର ମାହାତ୍ମ୍ୟ ଅଛି ଯାହା ସ୍କନ୍ଦ ପୁରାଣ ଏବଂ ନୀଳାଦ୍ରି ମହୋଦୟରେ ମଧ୍ୟ ବର୍ଣ୍ଣନା କରାଯାଇଛି । ଏହି ଯମ ଶିଳାକୁ ଯିଏ ମୁଣ୍ଡିଆ ମାରି ଦର୍ଶନ କରିଥାଏ ସେ ଆଉ ଯମପୁରକୁ ଯାଇନଥାଏ, ଏହା ହେଉଛି ବିଶ୍ଵାସ ।