କ୍ରିକେଟ୍‌ ଗୁରୁତ୍ୱପୂର୍ଣ୍ଣ ମାତ୍ର ଜୀବନର ସବୁକିଛି ନୁହେଁ: ପୂର୍ବତନ କ୍ରିକେଟର ଜାହିର ଖାନ୍‌

ନୂଆଦିଲ୍ଲୀ: ବାସ୍ତବ ଜୀବନରେ କ୍ରିକେଟ୍‌ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମାତ୍ର ଏକମାତ୍ର କ୍ରିକେଟ୍‌ ସବୁକିଛି ନୁହେଁ ବୋଲି ବିଶ୍ୱକପ୍‌ ବିଜେତା ମହେନ୍ଦ୍ର ସିଂ ଧୋନୀ ବହୁ ଆଗରୁ ବୁଝି ପାରିଛନ୍ତି ବୋଲି କହିଛନ୍ତି ପୂର୍ବତନ କ୍ରିକେଟର ଜାହିର ଖାନ । ଚେନ୍ନାଇ ସୁପର କିଙ୍ଗ୍‌ସର ସପ୍ତଦଶ ସଂସ୍କରଣକୁ ନେତୃତ୍ୱ ନେବା ପାଇଁ ଧୋନୀ ଏବେ ନିଜକୁ ପ୍ରସ୍ତୁତ କରୁଛନ୍ତି । ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେଉଛି ଆଇପିଏଲ ମହାମୁକାବିଲା ।

୨୦୦୮ରୁ ଆଇପିଏଲ ମହା ମୁକାବିଲା ଆରମ୍ଭ ହୋଇଥିଲା । ସେତେବେଳେ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍‌ସ ଉଦଘାଟନୀ ମ୍ୟାଚ୍‌ ଖେଳିଥିଲା ଓ ଚଳିତ ବାର ମଧ୍ୟ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳିବ ।୪୨ ବର୍ଷୀୟ ଧୋନୀ ଏବେ ମଧ୍ୟ ବ୍ୟାଟ୍‌ ଧରି ପଡ଼ିଆକୁ ଓହ୍ଲାଇଲେ, ପୂର୍ବଭଳି ଯୁବସୁଲଭ ମନେହୁଅନ୍ତି । କ୍ରିକେଟରୁ ଅବସର ଗ୍ରହଣ କରିବା ପରେ ମଧ୍ୟ ଅଧିକାଂଶ କ୍ରିକେଟର କ୍ରିକେଟକୁ ଛାଡ଼ି ପାରିନାହାନ୍ତି । କ୍ରିକେଟ୍‌ ଦୁନିଆର ଯେକୌଣସି କ୍ଷେତ୍ରରେ ସେମାନଙ୍କ ସକ୍ରିୟ ଭୂମିକା ଦେଖିବାକୁ ମିଳୁଛି ।