ଅଲିମ୍ପିକରେ କ୍ରିକେଟ ସାମିଲ ହୋଇପାରେ

ଦୁବାଇ : କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ବଡ ଖବର ଆସିଛି । ଆଇସିସି ୨୦୨୮ରେ ଲସ୍‌ ଆଞ୍ଜେଲସରେ ହେବାକୁ ଥିବା ଅଲିମ୍ପିକରେ କ୍ରିକେଟକୁ ସାମିଲ କରିବା ପାଇଁ ଜୋରଦାର ପ୍ରକ୍ରିୟା ଆରମ୍ଭ କରିଛି । ଆଇସିସି ଦ୍ୱାରା ଏକ ବୟାନରେ କୁହାଯାଇଛି ଯେ, ଏକ ୱାର୍କିଂ ଗ୍ରୁପ୍‌ ଗଠନ କରାଯାଇଛି । ଏହି ଗ୍ରୁପ୍‌ ଅଲିମ୍ପିକରେ କ୍ରିକେଟକୁ ସାମିଲ କରିବା ନେଇ ଯୋଜନା ପ୍ରସ୍ତୁତ କରିବା ସହ ଏଦିଗରେ କାମ ମଧ୍ୟ କରିବ । ୨୦୨୮, ୨୦୩୨ରେ ହେବାକୁ ଥିବା ଅଲିମ୍ପିକରେ କ୍ରିକେଟ ସାମିଲ ହୋଇପାରେ । ଦୀର୍ଘ ଦିନ ହେବ ଅଲିମ୍ପିକରେ କ୍ରିକେଟକୁ ସାମିଲ କରିବା ନେଇ ଦାବି ଉଠୁଛି । ବିସିସିଆଇ ମଧ୍ୟ ଅନେକ ଥର ଏନେଇ ମତ ଦେଇଛି । କ୍ରିକେଟ ସାମିଲ ହେଲେ ଭାରତ ନିଶ୍ଚୟ ଭାଗ ନେବ ବୋଲି ନିକଟରେ ବିସିସିଆଇ କହିଥିଲା ।