୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଶେଷ: ୩-୦ରେ ଦିନିକିଆ ଜିତିଲା ଭାରତ

୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚରେ ଲଢେଇ….

ହରାରେ : ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚରେ ଲଢେଇ କରି ହାରିଲା ଜିମ୍ବାୱେ । ସିକନ୍ଦର ରାଜାଙ୍କ ଶତକ ସତ୍ୱେ ୧୩ ରନରେ ଭାରତଠୁ ହାରି ଯାଇଛି ଜିମ୍ବାୱେ । ଏଥିସହ ୩-୦ରେ ସିରିଜ ପୋଛି ନେଇଛି ଭାରତ । ପ୍ରଥମ ଦୁଇ ମ୍ୟାଚରେ ଜିମ୍ବାୱେ ଅମାନତ ହରାଇ ପରାଜୟ ବରଣ କରିଥିବା ବେଳେ ଶେଷ ମ୍ୟାଚରେ ଭଲ ପଦଶର୍ନ କରିଛି ଦଳ ।

ହାରାରେ ସ୍ପୋଷ୍ଟସ୍ କ୍ଲବ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍ ହରାଇ ୨୮୯ ରନ କରିବାରେ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଶୁଭମନ ଗିଲ ୧୩୦ ରନର ଲମ୍ବା ପାଳି ଖେଳିଥିଲେ । ଏବଂ ଇଶାନ କିଶାନଙ୍କ ଅର୍ଦ୍ଧଶତକ ବଳରେ ଜିମ୍ବାୱେକୁ ୨୯୦ ରନର ଟାର୍ଗେଟ ଦେଇଥିଲା ଭାରତ । ଜିମ୍ବାୱେ ୪୯ ଓଭର ୩ ଟି ବଲ ଖେଳି ଅଲଆଉଟ୍ ହେବା ସହ ୨୭୬ ରନ କରିବାରେ ସକ୍ଷମ ହୋଇଥିଲା । ତେବେ ଶୁଭମନ ଗିଲ ଉଭୟ ମ୍ୟାନ ଅଫ ଦ ମ୍ୟାଚ୍ ଏବଂ ମ୍ୟାନ ଅଫ ଦ ସିରିଜ ଘୋଷିତ ହୋଇଛନ୍ତି ।