ଭାରତ-ପାକ୍ ମଧ୍ୟରେ ଖେଳ ହେଉ ବୋଲି ସମସ୍ତେ ଚାହଁନ୍ତି : ରିଜୱାନ
ଦୁଇ ଟିମ ୨୦୦୭-୦୮ ସିଜିନ ଟେଷ୍ଟରେ ଦ୍ୱିପାକ୍ଷିକ ସିରିଜରେ ଖେଳି ନାହାନ୍ତି । ତେବେ ଏହି ସମୟରେ ପାକିସ୍ତାନ ପକ୍ଷରୁ
ନୂଆଦିଲ୍ଲୀ : ପାକିସ୍ତାନର ବ୍ୟାଟସମ୍ୟାନ ମହମ୍ମଦ ରିଜୱାନଙ୍କ କହିବା ଅନୁସାରେ ଭାରତ ଓ ପାକିସ୍ତାନର କ୍ରିକଟର ପରସ୍ପର ବିପକ୍ଷରେ କ୍ରିକେଟ ମ୍ୟାଚ୍ ଖେଳିବାକୁ ଚାହାନ୍ତ । ତେବେ ଦୁଇ ଦେଶର ରାଜନୈତିକ ମାମଲା ଉପରେ ଖେଳାଳିଙ୍କର ନିୟନ୍ତ୍ରଣ ନାହିଁ । ଭାରତ ଓ ପାକିସ୍ତାନର କ୍ରିକେଟ ଟିମ ଶେଷ ଥର ଦ୍ୱିପାକ୍ଷିକ ସିରିଜ ୨୦୧୩ ରେ ଖେଳିଥିଲେ । ସେତେବେଳେ ପାକିସ୍ତାନ ଟିମ ଭାରତ ଗସ୍ତ କରିଥିଲା ।
ଦୁଇ ଟିମ ୨୦୦୭-୦୮ ସିଜିନ ଟେଷ୍ଟରେ ଦ୍ୱିପାକ୍ଷିକ ସିରିଜରେ ଖେଳି ନାହାନ୍ତି । ତେବେ ଏହି ସମୟରେ ପାକିସ୍ତାନ ପକ୍ଷରୁ ସମୟ ସମୟରେ ଦୁଇ ଟିମ ଭିତରେ ଦ୍ୱିପାକ୍ଷିକ ସିରିଜ ଖେଳିବାର ଦାବି ହେଉଛି । କିନ୍ତୁ ଭାରତ ପ୍ରତିଥର ମନା କରି ଆସୁଛି । ଏହି ଦୁଇ ଟିମ ୱାର୍ଲ୍ଡ କପ ଓ ଏସିଆ କପ ଟୁର୍ଣ୍ଣାମେଣ୍ଟରେ ଏକାଠି ଖେଳିଛନ୍ତି ।
ପାକିସ୍ତାନ ଟିମ ବର୍ତ୍ତମାନ ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ସିରିଜ ଖେଳିବାର ପ୍ରସ୍ତୁତି କରୁଛି । ଇଣ୍ଡିଜ ବିପକ୍ଷରେ ୱାନଡେ୍ ସିରିଜ ପୂର୍ବରୁ ମିଡିଆ ସହ କଥା ହୋଇ ମହମ୍ମଦ ରିଜୱାନ କହିଛନ୍ତି । ପାକିସ୍ତାନ ଓ ଭାରତର କ୍ରିକେଟରମାନେ ପରସ୍ପର ବିରୋଧରେ ଖେଳିବାକୁ ଚାହାନ୍ତି । କିନ୍ତୁ ଦୁଇ ଦେଶର ରାଜନୈତିକ ମାମଲା ଖେଳାଳିଙ୍କ ନିୟନ୍ତ୍ରଣରେ ନାହିଁ ।