ମାଲିଙ୍ଗାଙ୍କୁ ବୋଲିଂ ଷ୍ଟ୍ରାଟେଜି କୋଚ ନିଯୁକ୍ତ ମିଳିଲା

cricket news malinga has been appointed bowling strategy coach

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ କ୍ରିକେଟ ଟିମ ଏବେ ଶ୍ରୀଲଙ୍କା ଗସ୍ତରେ ଅଛି । ଏଠାରେ ଉଭୟ ଟିମ ମଧ୍ୟରେ ତିନୋଟି ଟି୨୦ ଓ ୫ଟି ଦିନିକିଆ ଖେଳିବେ । ଏହାପୂର୍ବରୁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପୂର୍ବତନ ଦ୍ରୁତ ବୋଲର ଲାସିଥ ମାଲିଙ୍ଗାଙ୍କୁ ବୋଲିଂ ଷ୍ଟ୍ରାଟେଜି କୋଚ ନିଯୁକ୍ତ ଦେଇଛି ।

ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ପୂର୍ବତନ ଦ୍ରୁତ ବୋଲର ଓ ପୂର୍ବତନ ଟି୨୦ ଅଧିନାୟକ ମାଲିଙ୍ଗାଙ୍କୁ ବୋଲିଂ ଷ୍ଟ୍ରାଟେଜୀ କୋଚ ନିଯୁକ୍ତ କରାଯାଇଛି । ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ତାଙ୍କୁ ଏହି ଦାୟିତ୍ୱ ମିଳିଛି । ବୋଲରଙ୍କୁ ଟେକନିକ କ୍ଷେତ୍ରରେ ଅନେକ ସମର୍ଥନ ମିଳିବ ।

ରଣନୀତି ପ୍ରସ୍ତୁତ କରିବାରେ ସହଜ ହେବ । ମାଲିଙ୍ଗା ଡେଥ ଓଭରରେ ଭଲ ବୋଲିଂ କରୁଥିଲେ । ଏହାପୂର୍ବରୁ ମଧ୍ୟ ମାଲିଙ୍ଗା ଶ୍ରୀଲଙ୍କାଙ୍କ ଅଷ୍ଟ୍ରେଲିଆ ଗସ୍ତରେ ଏହି ଭୂମିକା ତୁଲାଇଥିଲେ ।