ଗୁଜୁରାଟ ଟାଇଟନ୍ସର ହାତ ଛାଡିଲେ ଗିଲ!

ପ୍ରାଞ୍ଚାଇଜ ପକ୍ଷରୁ ହୋଇଥିବା ଏକ ଟ୍ୱିଟକୁ ନେଇ ଏପରି ଚର୍ଚ୍ଚା କରାଯାଉଛି…..

ମୁମ୍ବାଇ : ଆଇପିଏଲ ୨୦୨୨ର ଟ୍ରଫି ଜିତିଥିଲା ଗୁଜୁରାଟ ଟାଇଟନ୍ସ । ଏହି ଟିମରେ ସାମିଲ ଥିଲେ ଯୁବ ବ୍ୟାଟସମ୍ୟାନ ଶୁଭମନ ଗିଲ । ଗୁଜୁରାଟ ଟାଇଟନ୍ସଙ୍କୁ ଟ୍ରଫି ବିଜୟୀ କରିବାରେ ଗିଲଙ୍କ ମଧ୍ୟ ଢେର ଯୋଗଦାନ ରହିଛି । କିନ୍ତୁ ଏବେ ସେ ଗୁଜୁରାଟ ଟାଇଟନ୍ସ ଛାଡିଥିବା ଚର୍ଚ୍ଚା ହେଉଛି । ପ୍ରାଞ୍ଚାଇଜ ପକ୍ଷରୁ ହୋଇଥିବା ଏକ ଟ୍ୱିଟକୁ ନେଇ ଏପରି ଚର୍ଚ୍ଚା କରାଯାଉଛି । ସେପଟେ ଗିଲ ମଧ୍ୟ ଅନ୍ୟ ପ୍ରାଞ୍ଚାଇଜ ସହିତ ଯୋଡି ହେବାର ସଙ୍କେତ ମିଳୁଛି ।

ଖବର ଅନୁଯାୟୀ, ଗୁଜୁରାଟ ଟାଇଟନ୍ସର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରୁ ଏକ ପୋଷ୍ଟ ହୋଇଥିଲା । ଯେଉଁଥିରେ ଗିଲଙ୍କୁ ଟ୍ୟାଗ୍‌ କରି ଲେଖାଥିଲା ଯେ, ଆପଣଙ୍କ ଏହି ଯାତ୍ରା ବହୁତ ସ୍ମରଣୀୟ । ଆପଣଙ୍କ ଆଗାମୀ ଭବିଷ୍ୟତ ପାଇଁ ଢେର ସାରା ଶୁଭେଚ୍ଛା । ଏଥିରେ ଗିଲ ଇମୋଜି ଦେଇ ରିପ୍ଲାଏ ଦେଇଛନ୍ତି । ୨୦୨୨ ଆଇପିଏଲରେ ଗୁଜୁରାଟ ଟାଇଟନ୍ସ ଶୁଭମନ ଗିଲଙ୍କୁ ୮କୋଟି ଟଙ୍କା କିଣିଥିଲା ।