୩୫ ବର୍ଷୀୟ ହିରୋଇନ ସହ ନାଗାର୍ଜୁନଙ୍କ ରୋମାନ୍ସ

ମୁମ୍ବାଇ: ସାଉଥର ମେଗା ସୁପରଷ୍ଟାର ନାଗାର୍ଜୁନ ଅଭିନେତ୍ରୀ ସୋନଲ ଚୌହାନଙ୍କ ସହ ନଜର ଆସିବେ । ଏହି ଚଳଚ୍ଚିତ୍ରର ଟ୍ରେଲର କିଛି ଦିନ ପୂର୍ବରୁ ରିଲିଜ ହୋଇଥିଲା । ଏଥି ସହିତ, ଫିଲ୍ମର ଆଉ କିଛି ଅପଡେଟ ସାମ୍ନାକୁ ଆସିଛି । ଯେଉଁଥିରେ ନାଗାର୍ଜୁନ ଏବଂ ସୋନଲ ଚୌହାନଙ୍କ ମଧ୍ୟରେ ଧକାଦାର କେମେଷ୍ଟ୍ରି ଦେଖିବାକୁ ମିଳିଛି । ନାଗାର୍ଜୁନ ଏବଂ ସୋନଲଙ୍କ ଏହି ଫଟୋ ଗୁଡିକ ଗୁଡ଼ିକ ଦେଖିବା ପରେ ଏହା ସ୍ପଷ୍ଟ ହୋଇଛି କି ସେମାନଙ୍କ ଜବରଦସ୍ତ କେମେଷ୍ଟ୍ରି ଲୋକଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିବ ।

ଫଟୋ ଗୁଡିକ ଆପଣ ଦେଖିପାରିବେ ଯେ ଅଭିନେତା ତଥା ନାଗାର୍ଜୁନଙ୍କ କୋଳରେ ସୋନାଲ ବସିଛନ୍ତି । ପୋଷ୍ଟର ସେୟାର କରିବା ସହିତ ସୋନାଲ ଲେଖିଛନ୍ତି, ‘ରୋମାନ୍ସ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ଏହି ଫିଲ୍ମର ନିର୍ଦ୍ଦେଶନା ପ୍ରବୀଣ ସତ୍ତାରୁ ଦେଇଥିବା ବେଳେ ଜବରଦସ୍ତ ଆକ୍ସନ ଏବଂ ରୋମାନ୍ସ ଦେଖିବାକୁ ମିଳିବ । ଏହି ଚଳଚ୍‌ଚିତ୍ରଟି ଅକ୍ଟୋବର ୫ ରେ ମୁକ୍ତିଲାଭ କରିବାକୁ ଯାଉଛି ।