୧୨ଟଙ୍କା ହ୍ରାସ ହୋଇପାରେ ପେଟ୍ରୋଲ୍‌ ଓ ଡିଜେଲ!

ଏହି ଅନୁପାତ ଆଧାରରେ ଯଦି ତୈଳ କମ୍ପାନୀଗୁଡିକ ମୂଲ୍ୟ ହ୍ରାସ କରନ୍ତି…..

ମୁମ୍ୱାଇ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇବାରେ ଲାଗିଛି । ଗତ ୩ ମାସ ମଧ୍ୟରେ, ଆନ୍ତର୍ଜାତୀୟ ବଜାରରେ ୨୫-୩୦ ଡଲାର ଶସ୍ତା ହୋଇଛି । ଅଶୋଧିତ ତୈଳ ବର୍ତ୍ତମାନ ବ୍ୟାରେଲ ପିଛା ପ୍ରାୟ ୯୧ ଡଲାରରେ ଟ୍ରେଣ୍ଡ କରୁଛି । କିନ୍ତୁ ତଥାପି ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ଲାଭ ମିଳୁନାହିଁ । ବର୍ତ୍ତମାନ ବ୍ରେଣ୍ଟ କ୍ରୃଡ ଅଶୋଧିତ ତେଲ ବର୍ତ୍ତମାନ ବ୍ୟାରେଲ ପିଛା ପ୍ରାୟ ୯୧ ଡଲାରରେ ଟ୍ରେଣ୍ଡ କରୁଛି ।

ବିଶେଷଜ୍ଞମାନେ କହିଛନ୍ତି ଯେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୮୦.୮୫ ଡଲାରକୁ ଯାଇପାରେ । ଏହି ଅନୁପାତ ଆଧାରରେ ଯଦି ତୈଳ କମ୍ପାନୀଗୁଡିକ ମୂଲ୍ୟ ହ୍ରାସ କରନ୍ତି । ତେବେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୧୧ ରୁ ୧୨ଟଙ୍କା ହୋଇପାରେ । ରିପୋର୍ଟ ଅନୁଯାୟୀ, ଯଦି ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧ ଡଲାର ବୃଦ୍ଧି କିମ୍ବା ହ୍ରାସ ହୁଏ, ତେବେ ଦେଶର ତୈଳ କମ୍ପାନୀ ଗୁଡିକର ଲିଟର ଉପରେ ୪୫ ପଇସା ପ୍ରଭାବ ପଡିବ ।