ସୁଟିଂରେ ଭାରତୀୟ ମହିଳା ଦଳକୁ ସ୍ୱର୍ଣ୍ଣ

ସ୍ୱର୍ଣ୍ଣପଦକ ସହ ଭାରତ ଏଠାରେ ଚାଲିଥିବା ଆଇଏସ୍‌ଏସଏଫ ବନ୍ଧୁକ ଚାଳନା ବିଶ୍ୱକପରେ…

ନୂଆଦିଲ୍ଲୀ: ସ୍ୱର୍ଣ୍ଣପଦକ ସହ ଭାରତ ଏଠାରେ ଚାଲିଥିବା ଆଇଏସ୍‌ଏସଏଫ ବନ୍ଧୁକ ଚାଳନା ବିଶ୍ୱକପରେ ତା’ର ଅଭିଯାନ ଆରମ୍ଭ କରିଛି । ମହିଳା ଦଳଗତ ୧୦ମି. ଏୟାର ରାଇଫଲର ମହିଳା ଦଳଗତ ବିଭାଗରେ ଭାରତକୁ ସ୍ୱର୍ଣ୍ଣପଦକ ମିଳିଛି । ଭାରତ ପାଇଁ ଏଲାଭେନିଲ ଭାଲାରିଭାନ୍‌, ରମିତା ଓ ଶ୍ରେୟା ଅଗ୍ରୱାଲ ଏହି ସ୍ୱର୍ଣ୍ଣପଦକ ଜିତିଛନ୍ତି । ସ୍ୱର୍ଣ୍ଣପଦକ ମୁକାବିଲାରେ ଏହି ୩ ଭାରତୀୟ ଡେନମାର୍କର ଦଳକୁ ସହଜରେ ୧୭-୫ ପଏଣ୍ଟରେ ପରାସ୍ତକରି ସ୍ୱର୍ଣ୍ଣପଦକ ହାତେଇଛି । ଏହି ଇଭେଣ୍ଟରେ କାଂସ୍ୟପଦକ ପୋଲାଣ୍ଡକୁ ମିଳିଛି । ୨ ରାଉଣ୍ଡର ଯୋଗ୍ୟତା ପର୍ଯ୍ୟାୟ ମୁକାବିଲା ପରେ ଭାରତୀୟ ମହିଳା ଦଳ ଫାଇନାଲରେ ପହଞ୍ଚିଥିଲା ।

ପ୍ରଥମ ରାଉଣ୍ଡରେ ଏଲାଭେନିଲ, ରମିତା ଓ ଶ୍ରେୟା ୯୦ଟି ସଟ ପରେ ସର୍ବାଧିକ ୯୪୪.୪ ପଏଣ୍ଟ ସ୍କୋର କରି ପ୍ରଥମ ସ୍ଥାନରେ ରହିଥିଲେ । ୨ୟ ରାଉଣ୍ଡରେ ଡେନମାର୍କକୁ ପଛରେ ରହି ଭାରତୀୟ ଦଳ ଫାଇନାଲରେ ପହଞ୍ଚିଥିଲା । ହେଲେ ଫାଇନାଲରେ ଡେନମାର୍କକୁ ପରାସ୍ତକରି ଭାରତ ସ୍ୱର୍ଣ୍ଣପଦକ ହାତେଇଥିଲା ।