ଆଇସିସି ମହିଳା ୨୦ ପ୍ଲେୟର ରାଙ୍କୀଙ୍ଗ: ଶ୍ରୀ ଚରଣୀ ରେକର୍ଡ ରେଟିଂ ପଏଣ୍ଟର ନିକଟତର

ଭରତ ରେକର୍ଡ ଅଷ୍ଟମ ମହିଳା ଏସିଆ କପ୍‌ ମୁକୁଟ କରାୟତ୍ତ କରିବା ପରେ ଏହାର ଖେଳାଳିମାନେ ଆଇସିସି ମହିଳା ଟ୍ବେଣ୍ଟି-୨୦ ମାନ୍ୟତାରେ ବଡ଼ ଲାଭବାନ ହୋଇଛନ୍ତି। ବୋଲିଂ ମାନ୍ୟତାରେ ଭାରତୀୟ ସ୍ପିନର ଶ୍ରୀ ଚରଣୀ ଶୀର୍ଷ ସ୍ଥାନକୁ ଆହୁରି ମଜବୁତ କରିଥିଲା ବେଳେ ‌ଶେଫାଳି ବର୍ମା ବ୍ୟାଟର୍‌ ମାନ୍ୟତାରେ ଶୀର୍ଷ ୬କୁ ଫେରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ଫାଇନାଲ୍‌ରେ ବାମହାତୀ ସ୍ପିନର ଚରଣୀ ୪/୨୦ ବୋଲିଂ ସଫଳତା ପାଇବା ପରେ ପ୍ରଥମ ଥର ୮୦୦ ରେଟିଂ ପଏଣ୍ଟ ପାର୍‌ କରିଥିଲେ। ସଂପ୍ରତି ତାଙ୍କ ରେଟିଂ ପଏଣ୍ଟ ୮୦୪ରେ ପହଞ୍ଚିଛି ।

ଏସିଆ କପ୍‌ରେ ସର୍ବାଧିକ ୱିକେଟ୍‌ ହାସଲକାରୀ ଦୀପ୍ତି ଶର୍ମା (୧୪ ୱିକେଟ୍‌) ୪ଟି ସ୍ଥାନ ଉଠି ଦ୍ବିତୀୟରେ ପହଞ୍ଚିଛନ୍ତି। ଏସିଆ କପ୍‌ରେ ସର୍ବାଧିକ ରନ୍‌ ‌କରିଥିବା ଶେଫାଳି (୨୩୬ ରନ୍‌) ୭ରୁ ୬କୁ ଉଠିଛନ୍ତି। ତାଙ୍କ ରେଟିଂ ପଏଣ୍ଟ ୭୪୧ରେ ପହଞ୍ଚିଛି। ୨୦୨୧ ଅକ୍ଟୋବର ପରେ ଏହା ତାଙ୍କର ସର୍ବାଧିକ ରେଟିଂ ପଏଣ୍ଟ। ୨୧୩ ରନ୍‌ କରିଥିବ ସ୍ମୃତି ମନ୍ଧାନା (୭୪୫ ପଏଣ୍ଟ) ପଞ୍ଚମରେ ଅଛନ୍ତି। ଅଲ୍‌ରାଉଣ୍ଡର ମାନ୍ୟତାରେ ଶେଫାଳି କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ୨୨୧ ସହ ୫ଟି ସ୍ଥାନ ଉଠି ୧୫ରେ ପହଞ୍ଚିଛନ୍ତି।