ଆଜି ଭାରତ-ବାଂଲାଦେଶ ମୁକାବିଲା

ପୁଣେରେ ଭାରତ ଓ ବାଂଲାଦେଶ ମୁହାଁମୁହିଁ ହେବେ। ବର୍ତ୍ତମାନର ଫର୍ମ ଦୃଷ୍ଟିରୁ ଯଦିଓ ଭାରତର ପଲ୍ଲା ଭାରି ରହିଛି ତେବେ ବାଂଲାଦେଶ ନିକଟରେ ବିପର୍ଯ୍ୟୟ ସୃଷ୍ଟି କରିବାର ଦକ୍ଷତା ମଧ୍ୟ ରହିଛି।

ଏହି ମ୍ୟାଚରେ ବଂଲାଦେଶକୁ ମାତ୍ ଦେଇ ଭାରତ ନିଜର ବିଜୟ ଅଭିଯାନ ଜାରି ରଖିବାକୁ ଚେଷ୍ଟା କରିବ । ସେହିପରି ଦୁଇଟି ପରାଜୟ ପରେ ନିଜ ଲୟ ଫେରି ପାଇବାକୁ ଚେଷ୍ଟା କରିବ ବାଂଲାଦେଶ । ତେବେ ଏହି ମ୍ୟାଚ ପାଇଁ ଅଧିନାୟକ ରୋହିତ ଶର୍ମା ପ୍ଲେଇଙ୍ଗ-୧୧ରେ ପରିବର୍ତ୍ତନ କରିପାରନ୍ତି ।