ନବରାତ୍ରିରେ ପିନ୍ଧନ୍ତୁ ନବରଙ୍ଗ ପୋଷାକ: ପାଇବେ ମା’ଙ୍କ ଆଶୀର୍ବାଦ

୧୫ ତାରିଖରୁ ଆରମ୍ଭ ହୋଇଛି ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କର ନବଦିନାତ୍ମକ ପୂଜା । ମା’ ଦୁର୍ଗାଙ୍କର ନଅଟି ରୂପକୁ ପୂଜା କରାଯାଏ । ନଅଦିନରେ ନଅଟି ଭିନ୍ନ ଭିନ୍ନ ରଙ୍ଗର ପୋଷାକ ପିନ୍ଧି ମା’ଙ୍କୁ ଦର୍ଶନ ଅବା ପୂଜାର୍ଚ୍ଚନା କଲେ, ମା’ଙ୍କ କୃପାଦୃଷ୍ଟି ପଡ଼ିଥାଏ । ପ୍ରଥମ ଦିନ ଶୈଳପୁତ୍ରୀଙ୍କୁ ପୂଜା କରାଯାଏ । ସେଦିନ ହଳଦିଆ ରଙ୍ଗର ପୋଷାକ ପିନ୍ଧିବା ଉଚିତ । ଦ୍ୱିତୀୟ ଦିନରେ ମା’ ବ୍ରହ୍ମଚାରିଣୀଙ୍କୁ ପୂଜା କରାଯାଏ, ସେଦିନ ସବୁଜ ରଙ୍ଗର ପୋଷାକ ପିନ୍ଧିବା ଉଚିତ ।

ତୃତୀୟ ଦିନ ମା’ ଚନ୍ଦ୍ରଘଂଟାଙ୍କୁ ପୂଜା କରାଯାଏ, ଶ୍ରଦ୍ଧାଳୁମାନେ ଈଷତ ମାଟିଆ ରଙ୍ଗର ପୋଷାକ ପିନ୍ଧିବା ଉଚିତ । ଚତୁର୍ଥ ଦିନ ମା’ କୁଷ୍ମାଣ୍ଢଙ୍କୁ ପୂଜା କରାଯାଏ । ଶ୍ରଦ୍ଧାଳୁମାନେ ନାରଙ୍ଗୀ ରଙ୍ଗର ପୋଷାକ ପିନ୍ଧିବା ଉଚିତ । ପଂଚମ ଦିନ ମା’ ସ୍କନ୍ଦମାତାଙ୍କୁ ପୂଜାର୍ଚ୍ଚନା କରାଯାଏ, ଶ୍ରଦ୍ଧାଳୁମାନେ ଧଳାରଙ୍ଗର ପୋଷାକ ପିନ୍ଧିବା ଉଚିତ । ଷଷ୍ଠଦିନ ମା’ କାତ୍ୟାୟିନୀଙ୍କୁ ପୂଜାର୍ଚ୍ଚନା କରାଯାଏ, ସେଦିନ ଶ୍ରଦ୍ଧାଳୁମାନେ ଲାଲରଙ୍ଗର ପୋଷାକ ପିନ୍ଧିବା ଉଚିତ ।

ସପ୍ତମୀ ଦିନ ମା’ କାଳରାତ୍ରିଙ୍କୁ ପୂଜା କରାଯାଏ । ଶ୍ରଦ୍ଧାଳୁମାନେ ନୀଳରଙ୍ଗର ପୋଷାକ ପିନ୍ଧିବା ଉଚିତ । ଅଷ୍ଟମୀ ଦିନ ମା’ ମହାଗୌରୀଙ୍କୁ ପୂଜା କରାଯାଏ, ସେଦିନ ଶ୍ରଦ୍ଧାଳୁମାନେ ଗୋଲାପୀ ରଙ୍ଗର ପୋଷାକ ପିନ୍ଧିବା ଉଚିତ । ମହାନବମୀ ଦିନ ମା’ ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯାଏ । ସେଦିନ ବାଇଗଣୀ ରଙ୍ଗର ପୋଷାକ ପିନ୍ଧିବା ଶୁଭ ହୋଇଥାଏ । ସେଦିନ କୁମାରୀ କନ୍ୟାଙ୍କୁ ପୂଜନ କରିବା ପରମ୍ପରା ରହିଛି ।