ନୂଆଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ୨ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି ହେବା ପରେ ଜଣେ ବିସ୍ଫୋରକ ଖେଳାଳି ବର୍ଷକ ପାଇଁ ଚୁକ୍ତି କରିଥିବା ନିଜ ଟିମ୍କୁ ଧୋକା ଦେଇଛନ୍ତି । ଏହି ଖେଳାଳି ହେଉଛନ୍ତି ମ୍ୟାଥୁ ୱାଡେ । ମ୍ୟାଥ୍ୟୁ ୱାଡେଙ୍କୁ ନିଲାମରୁ ଗୁଜରାଟ ଟାଇଟନ୍ସ ୨ କୋଟି ୪୦ ଲକ୍ଷ ଟଙ୍କାରେ କିଣିଛି । ଅଷ୍ଟ୍ରେଲିଆର ୱକେଟକିପର ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଲଗାତାର ୩ଟି ଛକା ମାରି ଗତବର୍ଷ ନିଜର ଟିମ୍କୁ ଟି-୨୦ ବିଶ୍ୱକପ ଜିତାଇଥିଲେ ।
ଆଇପିଏଲ୍ରେ ସୁଯୋଗ ମିଳିବା ପରେ ଅଚାନକ ମ୍ୟାଥ୍ୟୁ ୱାଡେ ଇଂଲଣ୍ଡର କାଉଣ୍ଟି କ୍ରିକେଟରୁ ବିଦାୟ ନେଇଛନ୍ତି। ମ୍ୟାଥୁ ୱାଡେ ଇଂଲଣ୍ଡର ଘରୋଇ ଟୁର୍ଣ୍ଣାମେଣ୍ଟରେ ୱାରସେଷ୍ଟରଶାୟର କ୍ଲବରୁ ଖେଳୁଥିଲେ । କିନ୍ତୁ ପୂରା ବର୍ଷ ଖେଳିବା ପାଇଁ ଚୁକ୍ତି କରିଥିଲେ । ଏବେ ସେ ନିଜର ନାଁ ଏହି ଘରୋଇ ମ୍ୟାଚରୁ ବିଦାୟ ନେଇଛନ୍ତି । ସେ ୨ୟ ଥର ପାଇଁ ୧୧ ବର୍ଷ ପରେ ଆଇପିଏଲ୍ ଖେଳିବେ । ଏହା ପୂର୍ବରୁ ସେ ୨୦୧୧ରେ ଆଇପିଏଲ୍ ଖେଳିଥିଲେ। ସେହି ସମୟରେ ସେ ଦିଲ୍ଲୀ ଡେୟାରଡେଭିଲ୍ସ ପାଇଁ ଖେଳିଥିଲେ ।