୧୫ କୋଟିର ଯୋଗ୍ୟ ନୁହଁନ୍ତି ଇଶାନ କିଷନ

ଆଇପିଏଲ୨୦୨୨ର ୧୫ତମ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସି କ୍ରମାଗତ….

ମୁମ୍ବାଇ: ଆଇପିଏଲ୨୦୨୨ର ୧୫ତମ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସି କ୍ରମାଗତ ଭାବେ ପରାଜୟ ଧାରା ଲାଗିରହିଛି । ମୁମ୍ବାଇ ଖେଳିଥିବା ସମସ୍ତ ମ୍ୟାଚ ମଧ୍ୟ ୮ଟି ମ୍ୟାଚ୍‌ ହାରି ସାରିଛି । ଏହାକୁ ନେଇ ଚିନ୍ତାରେ ଦଳ ପ୍ରବନ୍ଧକ ଏବଂ ନିରାଶରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଶଂସକ । ଏହା ମଧ୍ୟରେ ମୁମ୍ବାଇ ଦଳର ପରିବର୍ତ୍ତନର ସଙ୍କେତ ଦେଇଛନ୍ତି କୋଚ୍‌ ମୋହେଲା ଜୟବର୍ଦ୍ଧନେ । ସେ ଓପନିଂ ବ୍ୟାଟସମ୍ୟାନ ଇଶାନ କିଷନଙ୍କ ଖରାପ ଫର୍ମ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ମୁମ୍ବାଇ ପାଞ୍ଚ ଥର ବିଜେତା ମୁମ୍ବାଇ ଇଣ୍ଡିଆନ ପ୍ରିମିୟର ଲିଗ୍‌ ଇତିହାସରେ ନିଜର ଶୋଚନୀୟ ଅବସ୍ଥା ଦେଇ ଗତି କରୁଛି । ସବୁଠୁ ବଡ କଥା ହେଉଛି ଇଶାନ୍ତଙ୍କ ବ୍ୟାଟରୁ ସେମିତି କୌଣସି ଆଖିଦୃଶୀୟ ସଟ ବାହାରି ପାରିନାହିଁ । ଏହା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି ।

୧୫ କୋଟିରେ କିଣାଯାଇଥିବା ଇଶାନ ଦଳ ପାଇଁ ସବୁଠୁ ବଡ ଫ୍ଲପ୍‌ ଶୋ କରୁଛନ୍ତି । ସେହିପରି କୋଚ୍‌ ଜୟବର୍ଦ୍ଧନେ କହିଛନ୍ତି ଯେ, ଆମକୁ ଏହି ପରିସ୍ଥିତିରୁ ମୁକୁଳିକୁ ପଡିବ । ଆବଶ୍ୟକ ପଡିଲେ ଦଳରେ ପରିବର୍ତ୍ତନ କରାଯିବ ବୋଲି । ଅନ୍ୟପକ୍ଷରେ ଇଶାନ ପ୍ରଥମ ଦୁଇଟି ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିବା ପରେ ଏବେ ପ୍ରତିଟି ରନ ପାଇଁ ସଂଘର୍ଷ କରୁଛନ୍ତି । ସୂଚନାଯୋଗ୍ୟ ମୁମ୍ବାଇ ଏଥର ଖେଳାଳିଙ୍କ ମେଗା ନିଲାମରେ ଇଶାନ କିଷନଙ୍କୁ ୧୫.୨୫ କୋଟି ଟଙ୍କା ଦେଇ କିଣିଥିଲା ।