ଏସିଆ କପରୁ କୋହଲିଙ୍କୁ ବାଦ୍‌ ଦିଆଯାଇପାରେ!

କୋହଲିଙ୍କୁ ସଂପୂର୍ଣ୍ଣ ଭାବେ ୱେଷ୍ଟଇଣ୍ଡିଜ ଗସ୍ତରୁ ବିଶ୍ରାମ ଦିଆଯାଇଛି….

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ୨୦୧୯ କୌଣସି ବି ଫର୍ମାଟରେ ଶତକ ହାସଲ କରି ପାରି ନାହାନ୍ତି । ଅନେକ ସିରିଜରେ ତାଙ୍କୁ ବିଶ୍ରାମ ଦିଆଯାଇଛି କିମ୍ବା ସେ ନିଜେ ବିଶ୍ରାମ ନେଇଛନ୍ତି । ଏବେ ସେ ସିଧାସଳଖ ଏସିଆ କପ ୨୦୨୨ରେ ନଜର ଆସିବେ । ତେବେ ଏସିଆ କପ୍‌ ଏବଂ ଟି-୨୦ ବିଶ୍ୱ କପ ପୂର୍ବରୁ ଟିମ ଇଣ୍ଡିଆ ପ୍ରବନ୍ଧକ ତାଙ୍କ ଫର୍ମକୁ ନେଇ ଚିନ୍ତାରେ । ଏହା ମଧ୍ୟରେ ପାକିସ୍ତାନର ପୂର୍ବତନ ଖେଳାଳି ଦାନିଶ କାନେରିଆ ଦାବି କରିଛନ୍ତି ଯେ, ଏସିଆ କପ୍‌ରୁ କୋହଲିଙ୍କୁ ବାଦ ଦିଆଯାଇପାରେ । କାନେରିଆଙ୍କ ମତରେ କୋହଲିଙ୍କୁ ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ ଖେଳିବାର ଥିଲା ।

ସେ କହିଛନ୍ତି, ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜରେ ଇଶାନ କିଷନଙ୍କ ସ୍ଥାନରେ ବିରାଟ କୋହଲିଙ୍କୁ ଦଳରେ ଚୟନ କରାଯିବାର ଥିଲା । ବିସିସିଆଇକୁ ଲାଗୁଛି ଯେ, ବିରାଟ କେବଳ ବଡ ବଡ ସିରିଜ ଖେଳିବେ ଯଦି ସେଥିରେ କୋହଲି ବିଫଳ ହୁଅନ୍ତି ତାଙ୍କର ଖରାପ ଫର୍ମକୁ ନେଇ ଆଲୋଚନା ଆରମ୍ଭ କରି ଦେବେ । ସେ କହିଛନ୍ତି, ଯେ, କୋହଲିଙ୍କୁ ଆପଣ କେମିତି ସମ୍ଭାଳିବାକୁ ଚାହାନ୍ତି । କୋହଲିଙ୍କୁ ସଂପୂର୍ଣ୍ଣ ଭାବେ ୱେଷ୍ଟଇଣ୍ଡିଜ ଗସ୍ତରୁ ବିଶ୍ରାମ ଦିଆଯାଇଛି । କିନ୍ତୁ ତାଙ୍କୁ ଜିମ୍ବାୱେ ଗସ୍ତରେ ଦଳରେ ସାମିଲ୍‌? କରାଯିବାର ଥିଲା । ସେ ୫୦ ଓଭର ଖେଳି ନିଜ ଫର୍ମକୁ ପାଇପାରିଥାନ୍ତେ ।