ରୋହିତଙ୍କ ବିଳାସପୂର୍ଣ୍ଣ କାର

ନୂଆଦିଲ୍ଲୀ : ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ଏକ ବିଳାସପୂର୍ଣ୍ଣ ଲାମ୍ବୋର୍ଗିନୀ ଉରୁସ କାର କିଣିଛନ୍ତି । ଏହି ଲମ୍ବୋର୍ଗିନୀ ଉରୁସ କାରର ଭାରତୀୟ ମୂଲ୍ୟ ହେଉଛି ୩.୧୫ କୋଟିରୁ ଅଧିକ । ପୂର୍ବରୁ ଏହି କାରକୁ ଅନେକ କ୍ରିକେଟର ଓ ବଲିଉଡ ସେଲିବ୍ରିଟି କିଣିସାରିଛନ୍ତି । ତେବେ ରୋହିତ ଭାରତୀୟ କ୍ରିକେଟ ଦଳର ଜର୍ସି ସହ ମ୍ୟାଚ ହେଉଥିବା ଏହି ବିଳାସପୂର୍ଣ୍ଣ କାର କିଣିଛନ୍ତି । ଏହି କାରର ଆଗରୁ ପଛ ବମ୍ପର ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ନୀଳ ରଙ୍ଗରେ ପରିପୂର୍ଣ୍ଣ ।

ସବୁଠୁ ବଡ କଥା ହେଉଛି ଏହି କାରଟି ମାତ୍ର ୦ରୁ ୩.୬ ସେକେଣ୍ଡରେ ୧୦୦ କିଲୋମିଟର ପର୍ଯ୍ୟନ୍ତ ଗତିରେ ଯାଇପାରିବ । ଭାରତୀୟ କ୍ରିକେଟ୍‌ ଟିମ୍‌ କ୍ୟାପଟେନ୍‌ ରୋହିତ ତାଙ୍କ ଲାମ୍ବୋର୍ଗିନୀ ଉରୁସକୁ ଏକ ବ୍ୟକ୍ତିଗତ ରୂପ ଦେଇଛନ୍ତି । କାରର ଭିତର ଅଂଶକୁ ଏକ ଡୁଆଲ୍‌ ଟୋନ ସ୍ପର୍ଶ ଦିଆଯାଇଛି । ସେହିପରି ଏହି କାରଟି ୨୦୦ କିମି ପହଞ୍ଚିବା ପାଇଁ ମାତ୍ର ୧୨.୮ସେକେଣ୍ଡ ସମୟ ନେଇଥାଏ ।