ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଦୁଲୀପ ଟ୍ରଫି ଫାଇନାଲ ଖେଳୁଛନ୍ତି । ଯାହା ପରେ ସେ ତୁରନ୍ତ ଦିଲ୍ଲୀରେ ଭାରତୀୟ ଦଳ ସହ ଯୋଗଦେବେ । ଦିଲ୍ଲୀର ଅଋଣ ଜେଟଲୀ ଷ୍ଟାଡିୟମରେ ଆଫଗାନିସ୍ତାନ ବନାମ ଭାରତ ୩ ମ୍ୟାଚର ଟି-୨୦ ସିରିଜ ହେବ । ଯାହାଙ୍କ ପ୍ରଥମ ମ୍ୟାଚ୍ ୧୩ ସେପ୍ଟମ୍ବରରେ ହେବ । ଏହା ପୂର୍ବରୁ ଆଇସିସି ନିଜ ତାଜା ରାକିଂ ଜାରି କରିଛି । ୧୫ବର୍ଷୀୟ ବ୍ୟାଟରଙ୍କୁ ଏଥିରେ କ୍ଷତି ହୋଇଛି ।
ଆଇସିସି ଟି-୨୦ ବ୍ୟାଟର ରାକିଂରେ ଇଶାନ କିଶନଙ୍କ ବାଦଶାହ କାୟମ ରହିଛି । ସେ ୯୧୦ ରେଟିଂ ସହ ଏହି ସ୍ଥାନ ବଜାୟ ରଖିଛନ୍ତି। ବର୍ତ୍ତମାନ ତାଙ୍କର ସ୍ଥାନ ହରାଇବାର କୌଣସି ଭୟ ନାହିଁ, କାରଣ ଦ୍ୱିତୀୟ ସ୍ଥାନରେ ଥିବା ଫରହାନଙ୍କ ୮୪୮ରେଟିଂ ପଏଣ୍ଟ୍ସ ଅଛି । ଅଭିଷେକ ଶର୍ମା ୮୧୯ରେଟିଂ ସହ ତୃତୀୟ ସ୍ଥାନରେ ଅଛନ୍ତି ।
ଟପ-୫ରେ ପରିବର୍ତ୍ତନ ହୋଇଛି । ଦକ୍ଷିଣ ଆଫ୍ରିକାର ଡେଓ୍ବାଲ୍ଡ ବ୍ରେଭିସ ୭୮୯ରେଟିଂ ସହିତ ଗୋଟିଏ ସ୍ଥାନ ଖସି ପଞ୍ଚମକୁ ଯାଇଛନ୍ତି । ଇଂଲଣ୍ଡର ଫିଲ୍ ସଲ୍ଟ ୭୯୯ ରେଟିଂ ସହିତ ପଞ୍ଚମରୁ ଚତୁର୍ଥକୁ ଉଠିଛନ୍ତି। ଆଇସିସି ଟି-୨୦ ବ୍ୟାଟର ରାକିଂରେ ବୈଭବ ସୂର୍ଯ୍ୟବଂଶୀ ୨ ସ୍ଥାନ ଖସି ଯାଇଛନ୍ତି। ସେ ଏବେ ୪୯ତମ ସ୍ଥାନକୁ ଖସି ଯାଇଛନ୍ତି। ତଥାପି, ଏହା ତାଙ୍କ ଫର୍ମ ଯୋଗୁଁ ନୁହେଁ ବରଂ ଟିମ୍ ଇଣ୍ଡିଆ ବର୍ତ୍ତମାନ ଟି-୨୦ ମ୍ୟାଚ୍ ଖେଳୁ ନ ଥିବାରୁ। ସମ୍ପୂର୍ଣ୍ଣ ଭରସା ଅଛି କି ଆଫଗାନିସ୍ତାନ ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜ ପରେ ବୈଭବ ରାକିଂରେ ଏକ ଲମ୍ଫ ମାରିବେ ।
୧୫ବର୍ଷୀୟ ବୈଭବ ଏହି ବର୍ଷ ଆରମ୍ଭରେ ଇଂଲଣ୍ଡ ବିପକ୍ଷରେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ, କିନ୍ତୁ ସେହି ଗସ୍ତରେ ତାଙ୍କର ଫର୍ମ ଖରାପ ଥିଲା। ସେ ଜିମ୍ବାୱେରେ ଭଲ ପ୍ରଦର୍ଶନ କରିଥିଲେ, ଏବଂ ଏବେ ସେ ଭାରତରେ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ପ୍ରସ୍ତୁତ ଅଛନ୍ତି ।