ପୁଣି ଟେଷ୍ଟ ଟିମ ଅଧିନାୟକ ହେଲେ ସାକିବ

ପୁଣିଥରେ ବାଂଲାଦେଶ ଟେଷ୍ଟ ଟିମର ଅଧିନାୟକ ହୋଇଛନ୍ତି ଅଲରାଉଣ୍ଡର ସାକିବ ଅଲ ହାସନ । ଗତ ମାସରେ ବାଂଲାଦେଶର…

ନୂଆଦିଲ୍ଲୀ: ପୁଣିଥରେ ବାଂଲାଦେଶ ଟେଷ୍ଟ ଟିମର ଅଧିନାୟକ ହୋଇଛନ୍ତି ଅଲରାଉଣ୍ଡର ସାକିବ ଅଲ ହାସନ । ଗତ ମାସରେ ବାଂଲାଦେଶର ଟେଷ୍ଟ ଅଧିନାୟକ ପଦରୁ ମୋମିନୁଲ ହକ ଇସ୍ତଫା ଦେଇଥିଲେ । ତେଣୁ ବାଂଲାଦେଶ କ୍ରିକେଟ ବୋର୍ଡ ସାକିବଙ୍କୁ ୩ୟ ଥର ପାଇଁ ଟେଷ୍ଟ ଟିମର ଅଧିନାୟକ ନିଯୁକ୍ତି ଦେଇଛି । ଏନେଇ ବିସିବି ସଭାପତି ନଜମୁଲ ହାସନ ସାକିବଙ୍କ ନୂଆ ଦାୟିତ୍ୱ ସମ୍ପର୍କରେ ଘୋଷଣା କରିଛନ୍ତି । ସେହିପରି ବ୍ୟାଟର ଲିଟନ ଦାସଙ୍କୁ ସାକିବଙ୍କ ଡେପୁଟି ଭାବେ ନିଯୁକ୍ତି ମିଳିଛି । ୩୫ ବର୍ଷୀୟ ସାକିବ ଏହା ପୂର୍ବରୁ ଦୁଇ ଥର କ୍ରିକେଟର ଏହି ଲଙ୍ଗେଷ୍ଟ ଫର୍ମାଟରେ ବାଂଲାଦେଶର କ୍ୟାପ୍‌ଟନ ଭାବେ କାର୍ଯ୍ୟ କରି ସାରିଛନ୍ତି ।