ଦୁବାଇ : ଅଷ୍ଟ୍ରେଲିଆରେ ଆସନ୍ତା ଅକ୍ଟୋବର ୧୬ରୁ ନଭେମ୍ବର ୧୩ ପର୍ଯ୍ୟନ୍ତ ଟ୍ବେଣ୍ଟି୨୦ ବିଶ୍ବକପ ଖେଳାଯିବ। ଭାରତ ଓ ପାକିସ୍ତାନ ମଧ୍ୟରେ ହାଇପ୍ରୋଫାଇଲ ମ୍ୟାଚ ଅକ୍ଟୋବର ୨୩ରେ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ। ଉକ୍ତ ମ୍ୟାଚ ଲାଗି ସାଧାରଣ ଦର୍ଶକଙ୍କ ପାଇଁ ଉପଲବ୍ଧ ଟିକଟ ମାତ୍ର ୫ ମିନିଟ୍ରେ ଶେଷ ହୋଇଯାଇଥିଲା। ଭାରତ ଓ ପାକିସ୍ତାନ ମ୍ୟାଚକୁ ନେଇ ଏତେ ଉତ୍ସାହ ପରେ ଆଇସିସି ନୂଆ ପଦକ୍ଷେପ ନେଇଛି। ଆଇସିସି ପକ୍ଷରୁ ଷ୍ଟାଡ଼ିୟମରେ ଦର୍ଶକ ଛିଡ଼ା ହୋଇ ମ୍ୟାଚ ଦେଖିବାର ସୁଯୋଗ ଉପଲବ୍ଧ ହୋଇଛି। ଏଥିପାଇଁ ଆଇସିସି ପକ୍ଷରୁ ଷ୍ଟାଣ୍ଡିଂ ରୁମ୍ ଟିକଟ ଶୁଭାରମ୍ଭ କରିଛି। ଆଇସିସି ପକ୍ଷରୁ ୪୦୦୦ ଷ୍ଟାଣ୍ଡିଂ ରୁମ୍ ଟିକଟ ବିକ୍ରି କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଉକ୍ତ ଟିକଟ ୩୦ ଅଷ୍ଟ୍ରେଲୀୟ ଡଲାରରେ ବିକ୍ରି କରାଯିବାର ଲକ୍ଷ୍ୟ ରଖାଯାଇଛିି ।
ଆହୁରି ପଢ଼ନ୍ତୁ...
Next Post