T-20 ଭାରତ-ଦକ୍ଷିଣ ଆଫ୍ରିକା:ବାରବାଟୀରେ ତ୍ରୁଟିପୂର୍ଣ୍ଣ ଆୟୋଜନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ
ଆସନ୍ତା ଡିସେମ୍ବର ୯ତାରିଖରେ କଟକ …
ଆସନ୍ତା ଡିସେମ୍ବର ୯ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ପ୍ରସ୍ତାବିତ ଭାରତ-ଦକ୍ଷିଣ ଆଫ୍ରିକା ଆନ୍ତର୍ଜାତିକ ଟି-୨୦ କ୍ରିକେଟ୍ ମ୍ୟାଚର ତ୍ରୁଟିପୂର୍ଣ୍ଣ ଆୟୋଜନ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱ ଦେଇଛନ୍ତି । ବାରବାଟୀରେ ଏହି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ ପାଇଁ ବିଶ୍ୱସ୍ତରୀୟ ପ୍ରସ୍ତୁତି, ଫୁଲ୍ ପ୍ରୁଫ୍ ବ୍ୟବସ୍ଥା କରିବା ସହ ଓଡ଼ିଶାର ମର୍ଯ୍ୟାଦା ଯେଭଳି କ୍ଷୁଣ୍ଣ ନହେବ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପରାମର୍ଶ ଦେଇଛନ୍ତି । ଆଜି ଲୋକସେବା ଭବନରେ ଆୟୋଜିତ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ଓ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କୁ ତ୍ରୁଟିଶୂନ୍ୟ ଆୟୋଜନ ନିମନ୍ତେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।