ନୂଆଦିଲ୍ଲୀ : ଭାରତୀୟ ଟିମ ଟି-୨୦ ବିଶ୍ୱକପ ପରେ ନ୍ୟୁଜିଲାଣ୍ଡ ଗସ୍ତ କରିବ । ଏହାର ଖେଳସୂଚୀ ମଧ୍ୟ ଜାରି କରାଯାଇଛି । ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ତିନୋଟି ଦିନିକିଆ, ତିନି ଟି-୨୦ ଖେଳିବ । ଏହା ନଭେମ୍ବର ୧୮ରୁ ଆରମ୍ଭ ହୋଇ ନଭେମ୍ବର ୩୦ ଯାଏଁ ଚାଲିବ । ଏହାଦ୍ୱାରା ଦଳ ପୁରା ମିଶନ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବ । ନ୍ୟୁଜିଲାଣ୍ଡ ବନାମ ଭାରତ ନଭେମ୍ବର ୧୮-ପ୍ରଥମ ଟି୨୦, ନଭେମ୍ବର ୨୦- ଦ୍ୱିତୀୟ ଟି-୨୦, ନଭେମ୍ବର ୨୨- ତୃତୀୟ ଟି-୨୦, ଦିନିକିଆ ସିରିଜ ନଭେମ୍ବର ୨୫- ପ୍ରଥମ ଦିନିକିଆ, ନଭେମ୍ବର ୨୭- ଦ୍ୱିତୀୟ ଦିନିକିଆ, ନଭେମ୍ବର ୩୦- ତୃତୀୟ ଦିନିକିଆ ଖେଳାଯିବ । ସୂଚନାଯୋଗ୍ୟ, ଟି୨୦ ବିଶ୍ୱକପ ଅକ୍ଟୋବର ୧୬ରୁ ଆରମ୍ଭ ହେବ । ଯଦି ଭାରତ ଫାଇନାଲରେ ପ୍ରବେଶ କରେ ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଦଳକୁ ୫ ଦିନ ସମୟ ମିଳିବ ।