ଗ୍ରାଉଣ୍ଡ୍ସମ୍ୟାନଙ୍କ ପାଇଁ ୧.୨୫ କୋଟି ଘୋଷଣା କଲା ବିସିସିଆଇ

ମୁମ୍ବାଇ : ଆଇପିଏଲ-୨୦୨୨ ସଂସ୍କରଣ ଲାଗି ପିଚ ଓ ଗ୍ରାଉଣ୍ଡ ପ୍ରସ୍ତୁତ କରିଥିବା କ୍ୟୁରେଟର ଓ ଗ୍ରାଉଣ୍ଡ୍ସମ୍ୟାନଙ୍କୁ ବିସିସିଆଇ ୧.୨୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି । ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସକୁ ହରାଇ ଗୁଜରାଟ ଟାଇଟନ୍ସ ଆଇପିଏଲ ଟ୍ରଫି ହାତେଇଥିଲା । ଆମକୁ ଭଲ ମ୍ୟାଚ ଉପଭୋଗ କରିବାକୁ ଦେଇଥିବା ବ୍ୟକ୍ତିଙ୍କ ପାଇଁ ମୁଁ ଖୁସିର ସହିତ ୧.୨୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରୁଛି ।

ସେିହପରି ପୁଣେର ଗ୍ରାଉଣ୍ଡ୍ସମ୍ୟାନ ଓ କ୍ୟୁରେଟରଙ୍କୁ ୨୫ ଲକ୍ଷ ଲେଖାଏ ଅର୍ଥରାଶି ପ୍ରଦାନ କରାଯିବ । ସେହିଭଳି ଇଡେନ ଗାର୍ଡେନ ଓ ନରେନ୍ଦ୍ର ମୋଦି ଷ୍ଟାଡିୟମର ଗ୍ରାଉଣ୍ଡ୍ସମ୍ୟାନଙ୍କୁ ୧୨.୫ ଲକ୍ଷ ଲେଖାଏ ଦିଆଯିବ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହା ପ୍ରକାଶ କରିଛନ୍ତି । ସବୁଠୁ ବଡ କଥା ହେଲା ଯେ, ପ୍ରଥମଥର ପାଇଁ ବିସିସିଆଇ ଗ୍ରାଉଣ୍ଡ୍ସମ୍ୟାନଙ୍କ ଲାଗି ଏହି ଅର୍ଥରାଶି ଘୋଷଣା କରିଛି ।