ନିଲାମୀ ତାରିଖ ସ୍ପଷ୍ଟ ହେବା ସହ ଖେଳାଳିଙ୍କୁ ରିଟେନ୍ ଓ ରିଲିଜ୍ କରିବାର ସମୟସୀମା ମଧ୍ୟ ନିର୍ଦ୍ଧାରିତ ହୋଇଛି । ସମସ୍ତ ୫ଟି ଦଳକୁ ସେପ୍ଟେମ୍ବର ୨୮ ସୁଦ୍ଧା ନିଜ ନିଜ ରିଟେନ୍ ଓ ରିଲିଜ୍ ଖେଳାଳିଙ୍କ ତାଲିକା ପ୍ରକାଶ କରିବାକୁ ପଡ଼ିବ । ଏହାପରେ ନିଲାମୀରେ ଖାଲି ଥିବା ସ୍ଥାନ ପାଇଁ ଖେଳାଳି ଚୟନ କରିବେ ଫ୍ରାଞ୍ଚାଇଜିଗୁଡ଼ିକ ।
ତିନି ବର୍ଷର ବ୍ୟବଧାନ ପରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ମିନି ନିଲାମ ଭାରତରେ ଆୟୋଜିତ ହେବ। ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲ୍ ବୈଠକରେ ଭାରତରେ ଆଗାମୀ ମିନି ନିଲାମ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ନିଲାମର ତାରିଖ ଓ ସହର ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ।କୋଚିରେ ୨୦୨୩ ମସିହାର ନିଲାମ ପରେ ଲଗାତାର ତିନି ବର୍ଷ ବିଦେଶରେ ଆଇପିଏଲ୍ ନିଲାମ ଆୟୋଜିତ ହୋଇଥିଲା। ୨୦୨୪ରେ ଦୁବାଇ, ୨୦୨୫ରେ ଜେଦ୍ଦା ଏବଂ ୨୦୨୬ରେ ଆବୁଧାବି ନିଲାମର ଆୟୋଜକ ହୋଇଥିଲେ।
ଭାରତରେ ନିଲାମ ଆୟୋଜନ କରିବା ନିଷ୍ପତ୍ତି ପଛରେ ଆଇପିଏଲ୍ ଫ୍ରାଞ୍ଚାଇଜିଗୁଡ଼ିକର ମତାମତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିବା ଜଣାପଡ଼ିଛି। ବିଦେଶରେ ନିଲାମ ଆୟୋଜନ କରାଯିବା ଫଳରେ ଦଳଗୁଡ଼ିକୁ ନିଜ ପ୍ରତିନିଧିମାନଙ୍କ ଯାତାୟାତ, ରହଣି ଓ ଅନ୍ୟାନ୍ୟ ଲଜିଷ୍ଟିକ୍ ବ୍ୟବସ୍ଥା ପାଇଁ ଅତିରିକ୍ତ ପ୍ରସ୍ତୁତି କରିବାକୁ ପଡ଼ୁଥିଲା।
ବାରାଣସୀରେ ନିର୍ମାଣାଧୀନ ନୂଆ ଷ୍ଟାଡିୟମ୍ରେ କିଛି WPL ମ୍ୟାଚ୍ ଆୟୋଜନ ନେଇ ଆଲୋଚନା ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ।ଷ୍ଟାଡିୟମ୍ର ପ୍ରସ୍ତୁତି ଓ ଘରୋଇ ମ୍ୟାଚ୍ ମାଧ୍ୟମରେ ପରୀକ୍ଷଣ ପରେ ହିଁ ଏହା ଉପରେ ନିଷ୍ପତ୍ତି ନିଆଯିବ।ଗତ ସିଜନ୍ରେ ମୁମ୍ବାଇ ଓ ଭଦୋଦରାରେ ମ୍ୟାଚ୍ ଖେଳାଯାଇଥିବା ବେଳେ ଫାଇନାଲ୍ ଗୁଜରାଟରେ ଅନୁଷ୍ଠିତ ହୋଇଥିଲା। ଗତ ସିଜନ୍ରେ ରୟାଲ ଚ୍ୟାଲେଞ୍ଜରସ୍ ବେଙ୍ଗାଲୁରୁ ଚାମ୍ପିୟନ୍ ହୋଇଥିଲା ।