ଘରୋଇ ଲିଗ୍‌ ଲାଗି କମୁଛି ଟେଷ୍ଟ ମ୍ୟାଚ ସଂଖ୍ୟା : ଆଇସିସି

ଆଇସିସି ଚେୟାରମ୍ୟାନ ଗ୍ରେଗ ବାର୍କେଲେ କହିଛନ୍ତି ଯେ, ଘରୋଇ ଟି-୨୦ ଲିଗ ବଢୁଥିବା…

ନୂଆଦିଲ୍ଲୀ: ଆଇସିସି ଚେୟାରମ୍ୟାନ ଗ୍ରେଗ ବାର୍କେଲେ କହିଛନ୍ତି ଯେ, ଘରୋଇ ଟି-୨୦ ଲିଗ ବଢୁଥିବା କାରଣରୁ ଦ୍ୱିପାକ୍ଷିକ ସିରିଜ ଛୋଟ ହେବାରେ ଲାଗିଛି । ଏହ କାରଣରୁ ଆଗାମୀ ଦଶକରେ ଟେଷ୍ଟ ମ୍ୟାଚର ସଂଖ୍ୟାରେ ହ୍ରାସ କରିବାକୁ ହେବ । ଆଗାମୀ ବର୍ଷରୁ ଆରମ୍ଭ ହେଉଥିବା ଆଗାମୀ ଫ୍ୟୁଚର ଟୁର ପୋଗ୍ରାମ ଧାର୍ଯ୍ୟ କରିବା ସମୟରେ ଆଇସିସିକୁ ବଡ ସମସ୍ୟା ସମ୍ମୁଖୀନ ହେବାକୁ ପଡିବ ।

ସେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଭିତରେ ୩ ଟେଷ୍ଟ ମ୍ୟାଚର ସିରିଜ ପୂର୍ବ ମ୍ୟାଚ ବେଳେ ବିବିସିର ଟେଷ୍ଟ ମ୍ୟାଚ କାର୍ଯ୍ୟକ୍ରମରେ କହିଥିଲେ, ପ୍ରତି ବର୍ଷ ମହିଳା ଓ ପୁରୁଷ କ୍ରିକେଟର ଏକ ଟୁର୍ଣ୍ଣାମେଣ୍ଟ ରହିଛି । ଏହାଛଡା ଘରୋଇ ଲିଗ ବଢିବାରେ ଲାଗିଛି ।ଆଗାମୀ ୧୦-୧୫ ବର୍ଷରେ ଟେଷ୍ଟ କ୍ରିକେଟ ଖେଳର ଅଭିନ୍ନ ଅଂଶ ରହିବ, କିନ୍ତୁ ମ୍ୟାଚର ସଂଖ୍ୟା କମ ହୋଇପାରେ । ସେ ଏହା ମଧ୍ୟ ସଙ୍କେତ ଦେଇଛନ୍ତି ଯେ ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଭଳି ଦେଶ ଉପରେ ଏହାର ପ୍ରଭାବ ପଡିବ ନାହିଁ ।