ଆଜି ଭାରତ-ବାଂଲାଦେଶ ଦ୍ୱିତୀୟ ଟି-୨୦ ମ୍ୟାଚ୍

ବାଂଲାଦେଶକୁ ହରାଇବାରେ ଭାରତୀୟ ଖେଳାଳିମାନେ ସମର୍ଥ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଏକାଧିକ ଯୁବ ଖେଳାଳିଙ୍କୁ ନେଇ ଅକ୍ଟୋବର ୬ରେ ଦୁଇ ଦଳ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯାଇଥିଲା । ଏଥିରେ ଭାରତ ୧୧.୫ ଓଭରରେ ବାଂଲାଦେଶକୁ ୭ ୱିକେଟରେ ପରାସ୍ତ କରିଥିଲା । ଭାରତୀୟ ଟିମ୍ ୭୧ ବଲରେ ମ୍ୟାଚ୍ ଜିତି ସିରିଜରେ ଲିଡ୍ କରୁଛି ।

ଭାରତ- ବାଂଲାଦେଶ ମଧ୍ୟରେ ୩ଟି ମ୍ୟାଚ୍ ବିଶିଷ୍ଟ ସିରିଜର ୨ୟ ମ୍ୟାଚ୍ ଆଜି ସନ୍ଧ୍ୟା ୭ରୁ ଆରମ୍ଭ ହେବ । ବୁଧବାର ଭାରତ ଦୁଇଟି ପରିବର୍ତ୍ତନ କରିବା ସମ୍ଭାବନା ରହିଛି। ଶିବମ୍‌ ଦୁବେଙ୍କ ସ୍ଥାନରେ ଦଳରେ ସାମିଲ ହୋଇଥିବା ତିଳକ ବର୍ମାଙ୍କୁ ଦ୍ବିତୀୟ ମ୍ୟାଚ୍‌ରେ ଖେଳାଇବା ଯଥେଷ୍ଟ ସମ୍ଭାବନା ରହିଛି।