ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ତୃତୀୟ ଟ୍ବେଣ୍ଟି-୨୦ମ୍ୟାଚ୍‌

ଗାଏନା: ୨ୟ ମ୍ୟାଚ୍‌ରେ ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ଘରୋଇ ୱେଷ୍ଟଇଣ୍ଡିଜ୍‌ ତା’ର ଶକ୍ତି ପ୍ରଦର୍ଶନ କରିଛି। ଏହାର ବ୍ୟାଟ୍‌ସମ୍ୟାନ୍ ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିବା ବେଳେ ବୋଲର ଶୃଙ୍ଖଳିତ ବୋଲିଂ କରିଛନ୍ତି। ଫଳରେ ଭାରତ ଉଭୟ ମ୍ୟାଚ୍‌ରେ ୧୬୦ ରନ୍‌ରେ ମଧ୍ୟ ପହଞ୍ଚି ପାରିନାହିଁ।

ଅନ୍ୟପକ୍ଷରେ ନବାଗତ ତିଳକ ବର୍ମାଙ୍କୁ ଛାଡ଼ି ଭାରତର ଅନ୍ୟ ବ୍ୟାଟ୍‌ସମ୍ୟାନ୍ ବିଫଳ ହୋଇଛନ୍ତି। ଏହାସହ ଅନଭିଜ୍ଞ ଭାରତୀୟ ବୋଲର ମଧ୍ୟ ଆକ୍ରମଣାତ୍ମକ ୱେଷ୍ଟଇଣ୍ଡିଜ୍‌ ବ୍ୟାଟ୍‌ସମ୍ୟାନଙ୍କୁ ରୋକି ପାରିନାହାନ୍ତି। ଫଳତଃ ଭାରତ କ୍ରମାଗତ ୨ୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ପରାସ୍ତ ହୋଇଛି। ୱେଷ୍ଟଇଣ୍ଡିଜ୍‌ ଏବେ ୫ ମ୍ୟାଚ୍‌ର ଶୃଙ୍ଖଳାରେ ଆଗୁଆ ରହିଛି।